ରାଇରଙ୍ଗପୁରରେ ନବୀନ, ୬୦ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଇରଙ୍ଗପୁର ଓ କେନ୍ଦୁଝର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁର ଓ କରଞ୍ଜିଆ ପାଇଁ ୪୫କୋଟି ଟଙ୍କାର ୨୧ଟି ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ ୯୬୦.୩୪କୋଟିର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାପରେ ନବୀନ ମହୁଲଡିହା ପଡିଆରେ ରାଇରଙ୍ଗପୁର ମିଶନଶକ୍ତି ପକ୍ଷରୁ ଆୟୋଜିତ ସମାବେଶରେ ଯୋଗଦେଇଥିଲେ । ଏହି ସମାବେଶରେ ୭୪୫୩ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗଦେଇଥିବା ବେଳେ ପ୍ରତ୍ୟେକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସବ୍ସିଡ଼ି ଟଙ୍କା ପ୍ରଦାନ କରାଯାଇଥିଲା । ଏହା ସହିତ ୧୨ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି ।