ଏଥର ନିର୍ବାଚନର ଅସ୍ତ୍ର ହୋଇଛନ୍ତି ସିବିଆଇ ଓ ଓଡ଼ିଶା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଯେତିକି ନିକଟତର ହେଉଛି ରାଜନୈତିକ ଦଳ ନିଜ ନିଜର ସ୍ଥିତିକୁ ସୁଦୃଢ କାରିବାକୁ ବ୍ରହ୍ମ।ସ୍ତ୍ର ପ୍ରୟୋଗ କରିବା ଆରମ୍ଭ କଲେଣି । ଏହିପରି ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେନ୍ଦ୍ରସରକାର ରାଜ୍ୟ ସରକାରଙ୍କୁ ନିଜ ଅଧୀନରେ ରଖିବାକୁ ଯାଇ ଖେଳିଛନ୍ତି ସିବିଆଇ କାର୍ଡ । ସିବିଆଇ ବିଜେଡି ର ଦୁଇ ଜଣାଶୁଣା ଯୁବ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀଙ୍କ ପାଖକୁ ପଠାଇଛି ନୋଟିସ । ଅପର ପକ୍ଷରେ ରାଜ୍ୟ ସରକାର ଏହାର ପ୍ରତିଉତ୍ତରରେ ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ସମ୍ପୃକ୍ତି କୁ ନେଇ ବିଜେପି ର ଦୁଇ ନେତାଙ୍କ ପାଖକୁ ଓଡ଼ିଶା ପୋଲିସ ପଠାଇଛି ନୋଟିସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି ।

ସୂଚନା ଅନୁଯାୟୀ, ୨୦୧୭ ସେପ୍ଟେମ୍ବର ୧୬ରେ ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଦତ୍ତଙ୍କ ମୃତ୍ୟୁ ହୋଇଥିଲା । ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟେଧନ ରେଡ୍ଡିଙ୍କୁ ଗିରଫ କରିଥିଲା ପୋଲିସ । ଘଟଣାର ତଦନ୍ତ ସମୟରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଗୋଲକ ଛତ୍ରପୁର ଥାନାରେ ଜେରା ପାଇଁ ଉପସ୍ଥିତ ହୋଇଥିଲେ । ଏବେ ଆଉ ଜଣେ ରାଜ୍ୟ ବିଜେପିର ଆଗଧାଡ଼ିର ନେତା ଭୃଗୁ ବକ୍ସିପାତ୍ରଙ୍କ ନାଁ ମଧ୍ୟ ଏହି ମାମଲାରେ ସମ୍ନାକୁ ଆସିଛି । ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ ଆସନ୍ତା ୭ ଏବଂ  ୯ ତାରିଖରେ ଗଞ୍ଜାମ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି ।

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ସିବିଆଇ ଓ ଓଡିଶା ପୋଲିସ ଚେଇଁ ଉଠିଛି । ଗତକାଲି ସନ୍ଧ୍ୟାରେ ବିଜେଡିର ଦୁଇ ନେତାଙ୍କୁ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ନୋଟିସ୍ କରିବା ପରେ ବିଜେପିର ଦୁଇ ନେତାଙ୍କୁ ଓଡ଼ିଶା ପୋଲିସର ନୋଟିସ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଗାମି ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଆରମ୍ଭ କରିଛି ସିବିଆଇ ଅସ୍ତ୍ର ପ୍ରୟୋଗ । ଗୋଟିଏ ପଟେ ବିଜେଡି ନେତାଙ୍କୁସିବିଆଇ ଚିଟଫଣ୍ଡ ଘୋଟାଲାରେ ଘେରିବା ବେକେ ଅନ୍ୟପଟେ ଛତ୍ରପୁର କାଉନସିଲର ହତ୍ୟା ଘଟଣାରେ ବିଜେପିର ଦୁଇ ନେତାଙ୍କୁ ଜେରା କରିବାକୁ ପ୍ରସ୍ତୁତ ଓଡ଼ିଶା ପୋଲିସ ।

ସିବିଆଇ ନୋଟିସ ସମ୍ୱନ୍ଧରେ ଗତକାଲି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେଡି ମୁଖପାତ୍ର ଏହାକୁ ଖଣ୍ଡନ କରିକହିଛନ୍ତି ବିଜେଡି ନେତାଙ୍କୁ କୌଣସି ନୋଟିସ ମିଳିନାହିଁ ।

Leave a comment