ଚଳିତ ଆର୍ଥିକ ବର୍ଷର ବକେୟା ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଲେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ସରି ଆସିଲାଣି ମାତ୍ର କେନ୍ଦ୍ରସରକାରଙ୍କ ବକେୟା ଅଛି ୬ ହଜାର ୪ ଶହ କୋଟି ଟଙ୍କା । କେନ୍ଦ୍ରରୁ ରାଜ୍ୟ ସରକାରଙ୍କୁ ମିଳୁଥିବା ପାଣ୍ଠି ସମ୍ୱନ୍ଧରେ ଦିଲ୍ଲୀରେ ବସିଥିଲା ବୈଠକ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହାର ସମୀକ୍ଷା କରିଥିଲେ ।

ସୂଚନା ଅନୁଯାୟୀ, କେନ୍ଦ୍ରସରକାରଙ୍କ ତରଫରୁ ଚଳିତ ବର୍ଷ ରାଜ୍ୟସରକାରଙ୍କୁ ଦେବାକୁଥିବା କିଛି ଅର୍ଥ ବକେୟା ରହିଛି । ଏହାମଧ୍ୟରେ ହାଉସିଂ ପାଇଁ ହଜାରେ କୋଟି, ସ୍ୱାସ୍ଥ୍ୟ ପାଇଁ ୩୭୫ କୋଟି, ନରେଗା ପାଇଁ ୪ ଶହ କୋଟି ଏବଂ କୃଷି ପାଇଁ ୬ ଶହ ୫୦ କୋଟି ରହିଛି । ପିଇବା ପାଣି ପାଇଁ ସରକାର ରାଜ୍ୟ ବଜେଟରୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ୧୮୦କୋଟି ଟଙ୍କା ଦେବାକୁଥିଲା କିନ୍ତୁ ମିଳିଛି ମାତ୍ର ୮୦ କୋଟି ଟଙ୍କା । ସେହିପରି ସ୍ମାର୍ଟ ସିଟି ଦାରିଦ୍ର‌୍ୟ ଦୂରୀକରଣ ପାଇଁ ୨ ଶହ କୋଟି ଟଙ୍କା ମିଳିବାର ଥିଲେ ମଧ୍ୟ ମିଳିଛି ମାତ୍ର ୬ କୋଟି । ତେଣୁ ଆର୍ଥିକ ବର୍ଷ ସରିବାକୁ ମାତ୍ର ଏକ ମାସ ସମୟ ଥିବାରୁ ଏ ସମ୍ୱନ୍ଧରେ ଦିଲ୍ଲୀରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment