୨୯ରେ ରହିବେନି ବିଚାରପତି, ଘୁଞ୍ଚିଲା ଅଯୋଦ୍ଧା ମାମଲା ଶୁଣାଣି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୯ତାରିଖରେ ଅଯୋଦ୍ଧା ମାମଲାର ଶୁଣାଣି ହୋଇ ପାରିବ ନାହିଁ । ଏହି ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ନୂଆ ଖଣ୍ଡପୀଠ ମଧ୍ୟରୁ ଜଷ୍ଟିସ୍ ଏସ୍.ଏ. ବୋବଡେ ଅନୁପସ୍ଥିତ ରହୁଥିବା ଯୋଗୁଁ ଏହାର ଶୁଣାଣିକୁ ସ୍ଥଗିତ ରଖାଯାଇଥିବା ସୁପ୍ରିମକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଏହାର ଶୁଣାଣି କେବେ ହେବ ସେ ସମ୍ପର୍କରେ ସୁପ୍ରିମକୋର୍ଟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଜଷ୍ଟିସ୍ ୟୁୟୁ ଲଳିତ ୫ଜଣିଆ ଖଣ୍ଡପୀଠରୁ ଓହରି ଯାଇଥିଲେ । ଫଳରେ ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ମାମଲାର ଶୂୁଣାଣି ନିମନ୍ତେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ ଏହି ୫ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ।