ଇନ୍ଦିରାଙ୍କ ଛାଇ ପ୍ରିୟଙ୍କା କୁ ପାଇ କଂଗ୍ରେସ ଉତ୍ସାହିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ପ୍ରିୟଙ୍କା ଗାନ୍ଧି ଜାତୀୟ ରାଜନୀତିରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଫେବୃଆରୀ ପ୍ରଥମ ସପ୍ତାହରୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇବେ ପ୍ରିୟଙ୍କା । ପ୍ରିୟଙ୍କାଙ୍କୁ ରାଜନୀତିରେ ଓଲ୍ହାଇ କଂଗ୍ରେସ ନିଜର ବ୍ରହ୍ମ।ସ୍ତ୍ର ପ୍ରୟୋଗ କରିଛି ।

ସୂଚନା ଅନୁଯାୟୀ, ଫେବୃଆରୀ ପ୍ରଥମ ସପ୍ତାହରୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇବେ ଇନ୍ଦିରା ଗାନ୍ଧୀଙ୍କ ଛାଇ କୁହାଯାଉଥିବା ପ୍ରିୟଙ୍କା । ଆଜି ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବା ସହ ପ୍ରିୟଙ୍କା ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ରାଏ ବରେଲିରୁ ନିର୍ବାଚନରେ ଲଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ୨୦୧୯ ଏପ୍ରିଲ୍/ମେ ମାସରେ ଲୋକସଭା ନିର୍ବାଚନ କରାଯିବାକୁ ସ୍ଥିର କରାଯାଇଥିବାରୁ କଂଗ୍ରେସ ପାର୍ଟି ନିଜର ବ୍ରହ୍ମ।ସ୍ତ୍ର କୁ ପ୍ରୟୋଗ କରିଥିବା ଜଣାପଡିଛି । ଏହି କାର୍ଡ ଖେଳି ମୋଦି, ଶାହାଙ୍କ ଯୋଡିକୁ ଝଟକା ଦେବା କଂଗ୍ରେସର ଲକ୍ଷ୍ୟ । କଂଗ୍ରେସ ର ଏହି ନିଷ୍ପତ୍ତି କେବଳ ୟୁପି ନୁହେଁ ଅନ୍ୟ ସ୍ଥାନରେ ମଧ୍ୟ ପରିଲକ୍ଷିତ ହେବ ବୋଲି କଂଗ୍ରେସ ପ୍ରେମୀ ଆଶାବାଦୀ ।

ସେହିପରି ପଶ୍ଚିମ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ପାର୍ଟି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ନିଯୁକ୍ତି ଦିଆଯାଇ ଥିବାବେଳେ କେସି ବେଣୁଗୋପାଳଙ୍କୁ କଂଗ୍ରେସ ସାଧାରଣ ସଚିବ (ସଂଗଠନ) ଭାବେ ନିଯୁକ୍ତି ଦିଆଯାଇଛି ।ଗୁଲାମ ନବି ଆଜାଦଙ୍କୁ ହରିୟାଣାର ଏଆଇସିସି ସାଧାରଣ ସଚିବ ରୂପେ ନିଯୁକ୍ତି ମିଳିଛି ।

Leave a comment