ପୁତ୍ର ସନ୍ତାନ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଓ କନ୍ଧମାଳରେ ନାବାଳିକା ମାଆ ହେବା ଘଟଣା ରାଜ୍ୟର ନାଁ କୁ କଳଙ୍କିତ କରିଥିବା ବେଳେ ଏଭଳି ଆଉ ଏକ ଘଟଣା ନଜରକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳର ଜନୈକା ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ପରିବାର ଲୋକେ ନାବାଳିକାଙ୍କୁ ମେଡିକାଲରେ ଛାଡି ପଳାଇବାରୁ କେନ୍ଦ୍ରାପଡ଼ା ସିଡବ୍ଲୁ୍ସି ତାଙ୍କ ଦାୟିତ୍ଵ ନେଇଛି ।
ପ୍ରକାଶ ଯେ, ବିଳମ୍ବିତ ରାତିରେ ନାବାଳିକାଙ୍କ ପେଟ କାଟିବାରୁ ପରିବାର ଲୋକେ ତାଙ୍କୁ ପାଟକୁରା ସିଏଚସିରେ ଭର୍ତ୍ତି କରିଥିଲେ । ମାତ୍ର ନାବାଳିକା ଜଣକ ଗର୍ଭବତୀ ଥିବା ଡାକ୍ତର କହିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲରେ ତାଙ୍କୁ ଛାଡି ପଳାଇଥିଲେ । ତେବେ ମେଡ଼ିକାଲ କତ୍ତୃପକ୍ଷ ଏ ନେଇ ସିଡବ୍ଲୁ୍ସିକୁ ଜଣାଇବା ପରେ ସେମାନେ ମା ଓ ଶିଶୁ ଉଭୟଙ୍କ ଦାୟିତ୍ଵ ନେଇଛନ୍ତି । ଆଜି ନାବାଳିକା ଓ ତାଙ୍କ ପରିବାର ସଦସ୍ୟଙ୍କୁ କାଉନସେଲିଂ କରାଯିବ । ଏ ସମ୍ପର୍କରେ ଏସଡିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି, ପ୍ରାୟ ବର୍ଷେ ପୂର୍ବରୁ ସମ୍ପୃକ୍ତା ନାବାଳିକା ବଳାତ୍କାରର ଶିକାର ହୋଇଥିଲେ । ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।