ବି.ଜେ.ବି ଫ୍ରେଣ୍ଡସ ର ପୋଲିଥିନ ମୁକ୍ତ ଭୁବନେଶ୍ୱର ପାଇଁ ପଦଯାତ୍ରା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପବିତ୍ର ଗାନ୍ଧିଜୟନ୍ତୀ ଉପଲକ୍ଷେ, ବିଜେବି କଲେଜର ପ୍ରାକ୍ତନ ଛାତ୍ର ସଂଘ ‘ବି.ଜେ.ବି ଫ୍ରେଣ୍ଡସ’ କଲେଜ କ୍ୟାମ୍ପସ ଠାରୁ ଏ.ଜି ଛକ ପର୍ଯ୍ୟନ୍ତ ଶାନ୍ତି ଓ ସଦ୍ଭାବନା ଯାତ୍ରା ର ଆୟୋଜନ କରିଥିଲା । ପ୍ଲାଷ୍ଟିକ ଓ ପଲିଥିନ ର ବ୍ୟବହାର ବନ୍ଦ କରି ଭୁବନେଶ୍ୱର ସହରକୁ ଏକ “ସବୁଜ, ସୁନ୍ଦର, ନିର୍ମଳ ଓ ପ୍ରଦୂଷଣ ମୁକ୍ତ ସହର” ଓ “ବନ୍ଧୁତ୍ୱ ଓ ଭାଇଚାରା ସମ୍ଭ୍ରାନ୍ତ ସହର”ରେ ପରିଣତ କରିବାର ବାର୍ତ୍ତା ସମସ୍ତ ଛାତ୍ର, ବୁଦ୍ଧିଜୀବି, ବସ୍ତି ବାସିନ୍ଦା ଓ ପ୍ରତେକ ନାଗରିକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଥିଲା ଏହାର ମୂଳ ଉଦ୍ୟେଶ ଥିଲା । ଏଗାର ଶହ ଶତାବ୍ଦୀର ଭୁବନେଶ୍ୱରର କୀର୍ତ୍ତି ରାଜି ପାଇଁ ଆମେ ଗର୍ବିତ । ଏବଂ ବର୍ତ୍ତମାନର ସ୍ମାର୍ଟ ସିଟି ର ମାନ୍ୟତା ପାଇଁ ସମସ୍ତ ନାଗରିକ ଗର୍ବିତ ହେବା ଉଚିତ ।

ଏହି ଯାତ୍ରାରେ ୭୦ ରୁ ୧୯ ବର୍ଷ ପର୍ଯ୍ୟନ୍ତ ବିଜେବି କଲେଜର ପ୍ରାକ୍ତନ ଛାତ୍ର ସହ ବର୍ତ୍ତମାନ ର ଛାତ୍ର ମଧ୍ୟ ଯୋଗଦାନ କରିଥିଲେ । ଏହି ସଦ୍ଭାବନା ଯାତ୍ରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସଭାପତି ଦେବାଶିଷ ପଟ୍ଟନାୟକ, ସେକ୍ରେଟାରୀ ସତ୍ୟବ୍ରତ ଧୂପଲ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ ପ୍ରସନ୍ନ ମହାନ୍ତି, କେ. ସି ପାତ୍ର, ଡ଼ ଏସ.ଏନ ସ୍ବାଇଁ, ଡ଼ ଜଗନ୍ନାଥ ମହାପାତ୍ର, ଉପ ସଭାପତି ଆର. କେ ଚୌଧୁରୀ , ବିଶ୍ୱନାଥ ମହାନ୍ତି, ଶାମ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦଯାତ୍ରା କାର୍ଯ୍ୟକ୍ରମ ପି.ଆର.ଓ ପ୍ରଗତି ରଞ୍ଜନ ମହାନ୍ତି ଓ କେଦାର ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ସୂଚାରୁ ରୂପେ ସମ୍ପୂର୍ଣ୍ଣ ହୋଇଥିଲା ।

Leave a comment
<p>You cannot copy content of this page</p>