ମାନସ ମଙ୍ଗରାଜ ହେଲେ ବିଜେଡିର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର)

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ଆସୁଥିବା ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ବିଜେଡ଼ି ରାଜ୍ୟ ସଭାପତି ତଥା ଦଳର ମୁଖିଆ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାଙ୍କ କାର୍ଯ୍ୟ ଦକ୍ଷତା ଅନୁସାରେ ସେମାନଙ୍କ ପଦୋନ୍ନତି କରିଛନ୍ତି । ଗଣମାଧ୍ୟମ ସଂଯୋଜକ ଦାୟିତ୍ୱରେ ଥିବା ମାନସ ରଞ୍ଜନ ମଙ୍ଗରାଜଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀ ପ୍ରଦାନ କରିଛନ୍ତି । ଶ୍ରୀ ମଙ୍ଗରାଜ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଦାୟିତ୍ୱ ତୁଲାଇବେ । ବିଜେଡ଼ି ସଭାପତିଙ୍କ ଏହି ନିଷ୍ପତ୍ତିକୁ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ଇସ୍ତାହାର ରେ ପ୍ରକାଶ କରିଛନ୍ତି ।

ଶ୍ରୀ ମଙ୍ଗରାଜ ଜଣେ ଦକ୍ଷ ସାମ୍ବାଦିକ ଥିଲେ ଏଥିରେ କୌଣସି ଦ୍ବିମତ ନାହିଁ । ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ସୂଚାରୁ ରୂପେ ଗଣମାଧ୍ୟମ ସଂଯୋଜକ ଭାବେ ଗତ କିଛି ମାସ ହେବ ନିଜ ଦାୟିତ୍ୱ ସଠିକ ଭାବେ ତୁଲାଇଥିଲେ ଯାହାକି ଦଳର ସୁପ୍ରିମୋଙ୍କୁ ପ୍ରଭାବିତ କରିଥିଲା । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ମଙ୍ଗରାଜଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତିକୁ କର୍ମୀ ଓ ନେତା ମାନେ ସ୍ୱାଗତ କରିବା ସହ ସମସ୍ତେ ଶ୍ରୀ ମଙ୍ଗରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a comment