ବେବିନାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଭାଜପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେବିନା ଗଣ ବଳାତ୍କାର ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଏ ନେଇ ଭାଜପା ପକ୍ଷରୁ ରାଜ୍ୟବ୍ୟାପୀ ‘ଜବାବ ମାଗୁଛି ଓଡ଼ିଶା, ଜବାବ ମାଗୁଛି ବେବିନା’ ଅଭିଯାନ କରାଯିବ । ଆଜି ଅର୍ଥାତ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ନିର୍ବାଚନ ମଣ୍ଡଳିରେ ପ୍ରତିବାଦ କରାଯିବ । ଏଥିସହ ୧୭ରେ ଭାଜପା ପକ୍ଷରୁ ବିଧାନସଭା ସ୍ତରୀୟ ପ୍ରତିବାଦ ସଭା, ୧୮ରେ ରାଜ୍ୟର ସମସ୍ତ ବିଜେଡି ବିଧାୟକଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ଚୁଡ଼ି ସଂଗ୍ରହ କରାଯାଇ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ବୋଲି ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ବେବିନାଙ୍କୁ ନ୍ୟାୟ ମିଳି ନଥିବା ପାଇଁ ମୁଖ୍ୟମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ କ୍ରଇମବ୍ରାଞ୍ଚ ଦାୟୀ । ଗୃହବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଥିବାରୁ ଅଭିଯୁକ୍ତମାନେ ଖସିଯିବାର ନୈତିକ ଦାୟିତ୍ୱ ସେ ମୁଣ୍ଡକୁ ନିଅନ୍ତୁ ବୋଲି ସେ କହିଥିଲେ । ସେହିପରି କୁନ୍ଦୁଲି ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ମାମଲା ଯାଇଥିବାରୁ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟି କରିଛି ଭାଜପା ।

Leave a comment