ପୋଷ୍ଟର ଉଚ୍ଛେଦରେ ବିଏମସି ର ଅନିୟମିତତା,ବିରୋଧୀ ଦଳକୁ ଦେଖାଇଲା ଅନୁକମ୍ପା

0



ଓଡ଼ିଶା ଫାଷ୍ଟ (ବ୍ୟୁରୋ): ନିର୍ବାଚନ କୁ ମାତ୍ର ଆଉ ୧୦୦ରୁ କମ ଦିନ ରହିଲା । ନୂତନ ବର୍ଷ ଅଭିନ୍ଦନ ଜଣାଇବାକୁ ପ୍ରାର୍ଥୀ ଓ ଆଶାୟୀ ପ୍ରାର୍ଥୀମାନେ ନିଜ ଦଳର ମୁଖିଆ ଓ ନିଜ ଫଟୋ ଥିବା ପୋଷ୍ଟେର ଓ ବ୍ୟାନର ରାଜଧାନୀ ର ରାସ୍ତାଘାଟ ଗଳିକନ୍ଦିରେ ଛାଉଣୀ କରିଦେଇଥିଲେ । ନୂଆବର୍ଷ ପୂର୍ବଦିନ ଗୋଲଡେନ ବାବା ଗିରଫ ହୋଇଥିଲେ । ମେୟରଙ୍କ ସହ ଗୋଲଡେନ ବାବା ଲିଙ୍କ ଭୁବନେଶ୍ୱର ରାଜନୀତିକୁ ସରଗରମ କରିଥିଲା । ଗୋଲଡେନ ବାବା ବି ଆଶାୟୀ ପ୍ରାର୍ଥୀ ଭାବେ ମେୟର ଓ ସଂସ୍କୃତି ମନ୍ତ୍ରୀ9ଙ୍କ ଫୋଟୋ ଲଗାଇ ରାଜଧାନୀ ଅନେକ ଜାଗାରେ ପୋଷ୍ଟେର ଓ ହୁଡିଙ୍ଗ ମାରିଥିଲେ । ଗୋଲଡେନ ବାବା ଓ ଶାସକ ଦଳର ନେତାଙ୍କ ଲିଙ୍କର ଚର୍ଚ୍ଚାରୁ ବଞ୍ଚିବାକୁ ଯାଇ ବିଏମସି ଆରମ୍ଭ କରିଥିଲା ପୋଷ୍ଟେର ହଟାଓ ଅଭିଯାନ । ବିଏମସି ଆକ୍ରୋଶ ମୂଳକ ଭାବେ ପକ୍ଷପାତିତା କରି ଶାସକ ଦଳ ନେତା ଓ ପ୍ରାର୍ଥୀଙ୍କର ପୋଷ୍ଟେର ଚିରି ଦେଇଥିବା ଶାସକ ଦଳ ପ୍ରାର୍ଥୀ, କର୍ମୀ ଓ ନେତା ଅଭିଯୋଗ କରୁଥିବା ସାମ୍ନାକୁ ଆସିଛି । କାହିଁକି ନା ନିୟମ ସମସ୍ତଙ୍କ ପାଇଁ ସମାନ । ବିଜେଡି ଦଳର ପ୍ରାର୍ଥୀଙ୍କ ପୋଷ୍ଟେର ଚିରାଯାଉଥିବା ବେଳେ ଶାସକ ଦଳର ସ୍ତମ୍ଭ କୁହାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରକୁ ଢେଲା ଓ ଗୋବର ମାଡ଼ କରିଥିବା ବିଜେପି ଦଳର ନେତା ଓ ଆଶାୟୀ ପ୍ରାର୍ଥୀଙ୍କ ପୋଷ୍ଟେର କିପରି ରହିଲା ଏହାକୁ ନେଇ ଶାସକ ଦଳର ପ୍ରାର୍ଥୀମନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a comment

You cannot copy content of this page