ବାହାଘରର ୬ବର୍ଷ ପରେ ଛାଡ଼ପତ୍ର ଦେଇ ବାହାହେଲେ ୨ ସମଲିଙ୍ଗୀ ମହିଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାହାଘରର ୬ବର୍ଷ ପରେ ଦୁଇ ମହିଳା ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ସମଲିଙ୍ଗୀ ବିବାହ କରିଛନ୍ତି । ସମଲିଙ୍ଗୀ ବିବାହକୁ ଅପରାଧ ବିବେଚନା କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବା ବେଳେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିନି । ଫଳରେ ମହିଳା ଦ୍ୱୟ ମନ୍ଦିରରେ ମାଳ ଅଦଳ ବଦଳ କରି ବିବାହ କରିଥିବା ଜଣାପଡିଛି । ବୁନ୍ଦେଲଖଣ୍ଡର ଏକ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହୋଇଛି ।  

ସେମାନଙ୍କ ମଧ୍ୟରେ କଲେଜ ବେଳଠାରୁ ପ୍ରେମ ସମ୍ପର୍କ ରହିଥିଲା । ପରିବାର ଲୋକେ ଏହା ଜାଣିବା ପରେ ସେମାନଙ୍କ ପାଠପଢ଼ା ବନ୍ଦ କରିଦେଇଥିଲେ । ଏଥିସହ ମାତ୍ର ୬ମାସ ମଧ୍ୟରେ ଦୁଇ ଜଣ ପୁରୁଷଙ୍କ ସହ ବାହାଘର କରାଇ ଦେଇଥିଲେ । ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଧାରା ୩୭୭ରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ଦେବା ପରେ ଉଭୟେ ବିବାହ କରିବାକୁ ସ୍ଥିର କରିଥିଲେ । ଫଳରେ ଦୁହେଁ ନିଜ ନିଜ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପରସ୍ପରକୁ ବିବାହ କରିଛନ୍ତି । ମହିଳା ଦ୍ୱୟଙ୍କ ଓକିଲ ଦୟା ଶଙ୍କର ତିୱାରୀ କହିଛନ୍ତି, ସେମାନେ ନିଜ ଇଚ୍ଛା ଅନୁସାରେ ବିବାହ କରିଛନ୍ତି । ମନ୍ଦିରର ରେଜିଷ୍ଟ୍ରାର ବିବାହ ପଞ୍ଜୀକରଣ ରେଜିଷ୍ଟରରେ ସେମାନଙ୍କ ନାମ ସାମିଲ କରାଯାଇନାହିଁ । 

Leave a comment