କମିଲା ଏସ.ବି.ଆଇ ର ଦୈନିକ ଏ.ଟି.ଏମ ଉଠାଣ ସୀମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ସର୍ଵ ବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଏସ.ବି.ଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ତାର ଗ୍ରାହକ ମାନଙ୍କ ପାଇଁ ଦୈନିକ ଏ.ଟି.ଏମ ଉଠାଣ ସୀମା ୪୦,୦୦୦ଟଙ୍କା ରୁ ୨୦,୦୦୦ଟଙ୍କା କୁ କମେଇ ଦେଇ ଥିବାର ସୂଚନା ମିଳିଛି । ପ୍ରାପ୍ତ ବିବରଣୀ ଅନୁଯାୟୀ ଏସ.ବି.ଆଇ ତାର ଗ୍ରାହକ ମାନେ ମେଷ୍ଟ୍ରୋ, କ୍ଲାସିକ କାର୍ଡ ଦ୍ୱାରା ଏ.ଟି.ଏମ ମାଧ୍ୟମରେ ଦୈନିକ ୪୦,୦୦୦ ପରିବର୍ତ୍ତେ ୨୦,୦୦୦ଟଙ୍କା ଉଠାଇ ପାରିବେ । ଏହି ନିର୍ଦ୍ଦେଶ ନାମା ଚଳିତ ଅକ୍ଟୋବର ୩୧ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଦୈନିକ ଅଧିକ ଉଠାଣ ଚାହୁଁ ଥିବା ଗ୍ରାହକ ହାଇୟର କାର୍ଡ଼ ଭେରିଆଣ୍ଟ (HCV) କାର୍ଡ ଆବେଦନ କରି ତା ମାଧ୍ୟମରେ ଅଧିକ ଉଠାଣ କରିପାରିବେ ବୋଲି ଜଣାପଡିଛି । ତେବେ ଏହି ସୀମିତ ଟଙ୍କା ଉଠାଣ କଟକଣା ଦେଶର ଡ଼ିଜିଟାଲ ଓ ମୁଦ୍ରା ବିହୀନ କାରବାର ବୃଦ୍ଧି ରେ ଲୋକଙ୍କୁ ଉତ୍ସାହିତ କରିବ ବୋଲି ଏସବିଆଇ କହିଛି ।

Leave a comment

You cannot copy content of this page