ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ବିରୋଧ କଲେ ପୁରୀ ଗୋବର୍ଦ୍ଧନ ପୀଠ ଓ ହିନ୍ଦୁ ମହାସଭା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଳିଵାକୁ ସହରକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଥିବାବେଳେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆଜି ରାତି ସାଢେ ୯ଟା ସୁଦ୍ଧା ଠାକୁରଙ୍କ ପହୁଡ଼ ହୋଇ ରାତି ୨ଟାରେ ଦ୍ୱାର ଫିଟାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି । ଏଥିନେଇ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସ କର୍ମଚାରୀ ମୁତୟନ ରହିବେ । ଧାଡିରେ ଯିବା ଲାଗି ଆବଶ୍ୟକ ଅନୁଯାୟୀ ଅସ୍ଥାୟୀ ବ୍ୟାରିକେଡ୍‌ ତିଆରି ହୋଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ବାହାରିବା ଲାଗି ନିଷ୍ପତ୍ତି ହୋଇଛି ।

ଅପରପକ୍ଷରେ ରାତିରେ ଶ୍ରୀମନ୍ଦିର ପହଡ଼ ଖୋଲିବାକୁ ବିରୋଧ କରିଛି ପୁରୀ ଗୋବର୍ଦ୍ଧନ ପୀଠ ଓ ହିନ୍ଦୁ ମହାସଭା । ହିନ୍ଦୁ ନବବର୍ଷରେ ଶ୍ରୀମନ୍ଦିର ନଖୋଲି ଇଂରାଜୀ ନବବର୍ଷରେ ରାତି ଅଧରେ ଶ୍ରୀମନ୍ଦିର ଖୋଲିବାରେ କୌଣସି ଯଥାର୍ଥତା ନାହିଁ ବୋଲି ଏହି ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି ।

Leave a comment