ଓଡ଼ିଆ ପ୍ରେମିକ ପାଇଁ ନିବେଦନ କରିଛନ୍ତି ବିଦେଶିନୀ ପ୍ରେମିକା, ଦେଖନ୍ତୁ ଭିଡିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଦିନ ହେଲା ସୋସିଆଲ ମିଡିଆ ଫେସ୍ବୁକରେ ପୋଲାଣ୍ଡର ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯୁବତୀ ଜଣକ ଇଂରାଜୀରେ କଥା ହେଉଥିବା ବେଳେ ମଝିରେ ମଝିରେ ଖଣ୍ଡି ଓଡ଼ିଆ କହୁଛନ୍ତି ।

ଯୁବତୀଙ୍କ କହିବା ଅନୁଯାୟୀ, କିଛିଦିନ ତଳେ ଭୁବନେଶ୍ୱରରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଫେସବୁକରେ ଫ୍ରେଣ୍ଡଶିପ ହୋଇଥିଲା । ହାଏ, ହ୍ୟାଲୋରୁ କଥା ଆରମ୍ଭ ହୋଇ ନମ୍ବର ଦିଆନିଆ ହେଲା । ବେଶ କିଛିଦିନ କଥାବାର୍ତ୍ତା ପରେ ଯୁବକ ଜଣକ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ । ହେଲେ ଏହାର କିଛିଦିନ ପରେ ଯୁବକ ଜଣକ ହଠାତ ଫେସବୁକ ଆକାଉଣ୍ଟ ବନ୍ଦ କରିଦେଇଥିଲେ । ହ୍ୱାଟ୍ସଆପ ନମ୍ବର ମଧ୍ୟ ବଦଳାଇ ଦେଇଥିଲେ । ତାଙ୍କ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

ଭିଡିଓରେ ଯୁବତୀ ଜଣକ ଖଣ୍ଡି ଓଡ଼ିଆରେ କହୁଛନ୍ତି, ଯାହା ତାଙ୍କୁ ତାଙ୍କର ତଥାକଥିତ ପ୍ରେମିକ ଶିଖାଇଥିବା ସେ ଦାବି କରୁଛନ୍ତି । ଓଡ଼ିଆ ତାଙ୍କୁ ବହୁତ ଭଲ ଲାଗୁଥିବା ସେ କହିଛନ୍ତି । ‘ମୁଁ ଥୁମକୁ ବଲପାଏ… ଥମେ ଯଦି ମତେ ଦେଖୁଛ… ମୁଁ ଭୁବନେଶ୍ୱର ଆସୁଛି ।’ ଭିଡିଓରେ ଏଭଳି ଓଡ଼ିଆ କହୁଥିଲେ । ଏପରିକି ଭିଡିଓକୁ ଅଧିକରୁ ଅଧିକ ଭାଇରାଲ୍ କରିବାକୁ ସେ କହୁଛନ୍ତି । ତେବେ ପୂରା ଭିଡିଓରେ ଯୁବତୀ ଜଣକ ପ୍ରେମିକର ନାଁ ନେଇନାହାନ୍ତି । କେବଳ ସେ ଭୁବନେଶ୍ୱର ଆସୁଥିବା କହିଛନ୍ତି । ତେବେ ପ୍ରେମିକ ଜଣକ ଭୁବନେଶ୍ୱର ରେ ରହୁଥିବା ତାଙ୍କୁ କହିଥିବା ସ୍ପଷ୍ଟ ହେଉଛି । ଯୁବତୀଙ୍କ ପ୍ରେମ ସୋସିଆଲ ମିଡିଆରୁ ଆରମ୍ଭ ହୋଇ ପୁଣି ସେହି ସୋସିଆଲ ମିଡିଆରେ ହିଁ ଶେଷ ହୋଇଯାଇଛି । ଯଦି ଯୁବତୀ ଜଣକ ଭୁବନେଶ୍ୱର ଆସି ପୁଲିସର ସହାୟତା ନିଅନ୍ତି, ତାହାହେଲେ ପ୍ରେମିକ ଜଣକ ଚିହ୍ନଟ ହୋଇପାରିବେ । ଯୁବତୀଙ୍କ ପାଖରେ ଥିବା ହ୍ୱାଟ୍ସଆପ ନମ୍ବର ଓ ଫେସବୁକ ଆଇଡିରୁ ଯୁବକଙ୍କୁ ପୁଲିସ ଠାବ କରିପାରିବ ।

Leave a comment