ନୂଆବର୍ଷରେ ନିରଞ୍ଜନ କରିବେ ସିରଛେଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀକାନ୍ତ ଜେନାଙ୍କ ନୂଆବର୍ଷ ପାଣିଚିଆ ହେବାକୁ ଯାଉଛି । ସାଧାରଣ ନିର୍ବାଚନ ଆଉ ଚାରିମାସ ଥିବାବେଳେ ଶ୍ରୀକାନ୍ତଙ୍କ ଭବିଷ୍ୟତ ଅନିଶ୍ଚିତା ଆଡ଼କୁ ଗତି କରୁଥିବା ଜଣାପଡିଛି । କାରଣ ଠିକ ନୂଆ ବର୍ଷ ଦିନ ବା ତା ପୂର୍ବ ରାତିରେ ତାଙ୍କୁ କଂଗ୍ରେସ ରୁ ବହିଷ୍କାର କରାଯିବ । ଆଉ ଏଥିରେ ମୁଖ୍ୟ ନାୟକ ସାଜିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରାୟ ୫ ବର୍ଷତଳେ ଅକ୍ଟୋବର ମାସରେ ସୌମ୍ୟ ପଟ୍ଟନାୟକ ଙ୍କୁ ଶ୍ରୀକାନ୍ତ ହିଁ ବହିଷ୍କାର କରାଇଥିବା କୁହାଯାଉଛି । ୫ବର୍ଷ ପରେ ତାର ମଧୁର ପ୍ରତିଶୋଧ ନେବାକୁ ନିରଞ୍ଜନ ମନେ ମନେ ପାଞ୍ଚିଛନ୍ତି । ୨୦୧୨ରେ ତାଙ୍କ ପିସିସି ସଭାପତି ପଦ ଯାଇଥିଲା । ତାର ୫ ବର୍ଷ ପରେ ସର ପୁଣି ପିସିସି ସଭାପତି ପଦ ପାଇଲେ । ଆଜି ସମୟ ଆସିଛି ସୌମ୍ୟଙ୍କ ବହିଷ୍କାର ର ଜବାବ ନେବାପାଇଁ । ନିରଞ୍ଜନ ନୂଆବର୍ଷ ରେ ତାହା କରି ଏକ ଆକ୍ରାତ୍ମକ ଢଙ୍ଗରେ ରାଜନୀତିରେ ହଇଚଇ ସୃଷ୍ଟି କରିବେ । କେବଳ ଶ୍ରୀକାନ୍ତଙ୍କୁ ଦଳରୁ କାଢ଼ିବେନି, ଶ୍ରୀକାନ୍ତ ଲଢ଼ି, ଜିତି ମନ୍ତ୍ରୀ ହୋଇଥିବା ବାଲେଶ୍ଵର ଆସନରେ ନିଜ ପୁଅକୁ ମଧ୍ୟ ପ୍ରାର୍ଥୀ କରିବେ । ଆଉ ସେଠାରେ ତାଙ୍କୁ ସମର୍ଥନ କରିବାକୁ କାର୍ତ୍ତିକେଶ୍ୱର ପାତ୍ର, ସୁଦର୍ଶନ ଦାସ,ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ଭଳି ପ୍ରଭାବଶାଳୀ ନେତା ଅପେକ୍ଷା କରି ବସିଛନ୍ତି ଏହାସହ ସତ୍ୟ ନାୟକଙ୍କ ପରି ଚାଣକ୍ୟ ମଧ୍ୟ ନିରଞ୍ଜନଙ୍କ ପାଖରେ ଅଛନ୍ତି ।