୧୪ଘଣ୍ଟା ଓପାସରେ ରହିଲେ ଜଗନ୍ନାଥ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓପାସରେ ରହିଲେ ଜଗନ୍ନାଥ । ପୋଲିସ ଓ ସେବାୟତଙ୍କ ବିବାଦ ଯୋଗୁଁ ଶ୍ରୀମନ୍ଦିର ଦୁଆର ହେଲା ବନ୍ଦ । କାଳିଆ ଦର୍ଶନ ଅପେକ୍ଷାରେ ହନ୍ତସନ୍ତ ହେଲେ ଶ୍ରଦ୍ଧାଳୁ । ଅଧରାତି ପର୍ଯ୍ୟନ୍ତ କଲେ ଦର୍ଶନ ।

ସୂଚନା ଅନୁଯାୟୀ, ପୁରୁଣା ବର୍ଷ କୁ ବିଦାୟ ଦେବା ସହ ଜଗନ୍ନାଥ ଙ୍କ ଆଶୀର୍ବାଦ ସହ ନୂତନବର୍ଷ ର ଆଗମନ ପାଇଁ ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଭିଡକୁ ଦୃଷ୍ଟି ରେ ରଖି ଗତକାଲି ପହିଲି ଭୋଗ ନୀତି ଚାଲିଥିବା ସମୟରେ ସ୍ବାଭାବିକ ଭାବେ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି ପାଇଁ ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ମାତ୍ର ପୋଲିସ ଓ ସେବାୟତଙ୍କ ବିବାଦକୁ କେନ୍ଦ୍ରକରି ଗତକାଲି ସକାଳୁ ସେବାୟତ ଧାରଣାରେ ବସିଥିଲେ । ତେଣୁ ଶ୍ରୀମନ୍ଦିରରେ ଭୋର ୩ଟାରେ ଭିତରଚ୍ଛୁ ସେବାୟତ ଦ୍ବାର ଫିଟା ନୀତି ସଂପନ୍ନ ହୋଇନଥିଲା । ଏହି ବିବାଦର ଫାଇଦା ଉଠାଇବାକୁ ଯାଇ ପୁରୁଣା ଦାବି ନେଇ ଅନ୍ୟ ସେବାୟତମାନେ ବେହରଣ ଦ୍ବାର ଆଗରେ ଧାରଣାରେ ସାମିଲ ହୋଇଥିଲେ । ଯାହାଦ୍ୱାରା ଜଗନ୍ନାଥ ଙ୍କ ନୀତିରେ ବିଭ୍ରାଟ ଘଟିଥିଲା ।

ସେବାୟତମାନେ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ, ପୁରୀ ଏସପିଙ୍କ ବଦଳି, ପୁରୀ ହିଂସାକାଣ୍ଡ ଘଟଣାରେ ସଂପୃକ୍ତ ସେବାୟତଙ୍କ ଉପରୁ ମାମଲା ପ୍ରତ୍ୟାହାର, ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା ଆଦି ଦାବି ରଖିଥିଲେ । ଏ ନେଇ ଜିଲ୍ଲାପାଳ, ଏସପି ଓ ଉପଜିଲ୍ଲାପାଳ ଆନ୍ଦୋଳନରତ ସେବାୟତଙ୍କ ସହ ଦୁଇ ଦୁଇ ଥର ଆଲୋଚନା କରିଥିଲେ ବି ବୈଠକ ସଫଳ ହୋଇନଥିଲା । ଫଳରେ ଭୋର ୩ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଠାକୁର ଅପୂଜା, ଅଖିଆ ରହିଥିଲେ । ବଡ଼ଦାଣ୍ଡରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିନପାରି ଉତ୍ୟକ୍ତ ହୋଇ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଶେଷରେ ପରମ୍ପରା କ୍ଷୁର୍ଣ୍ଣ ଭୟରେ ସେବକ ଅପରାହ୍ନ ୫ଟାରେ ଦ୍ବାର ଫିଟାଇଥିଲେ । ତେଣୁ ଗତକାଲି ଅପରାହ୍ନ ୫ଟାରୁ ଭୋର ସାଢ଼େ ୩ଟା ଯାଏଁ ଠାକୁର ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

Leave a comment