ନବୀନଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ଵକୁ କେସିଆରଙ୍କ ପ୍ରଶଂସା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ(କେସିଆର) ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦେଶର ଦୁଇ ପ୍ରମୁଖ ଆଞ୍ଚଳିକ ରାଜନୈତିକ ନେତାଙ୍କ ସାକ୍ଷାତ ଜାତୀୟ ରାଜନୀତିକୁ ଉଷ୍ମ କରିଛି । ନବିନ ନିବାସରେ ଅନୁଷ୍ଠିତ ଏହି ସାକ୍ଷାତକାରରେ ନବୀନ କେସିଆରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଆଲୋଚନା ପରେ ବିଜେଡି-ଟିଆରଏସ୍‌ ଭାଜପାର ‘ବି’ ଟିମ୍‌ ଭାବେ କାର୍ଯ୍ୟ କରୁଥିବା ନେଇ କଂଗ୍ରେସର କରିଥିବା ଅଭିଯୋଗରେ କେସିଆର ମିଡ଼ିଆ ଆଗରେ ଜବାବ ରଖିଥିଲେ । ଏପରି ଆଭିଯୋଗରେ କୌଣସି ସତ୍ୟତା ନ ଥିବା କେସିଆର କହିଥିଲେ । ଏଥିସହ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ  ନବୀନଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ଵକୁ କେସିଆର ପ୍ରଶଂସା କରିଥିଲେ । ଏହି ଅବସରରେ କେସିଆରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ନବୀନ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେସିଆର୍‌ ଜଗନ୍ନାଥଙ୍କ ଦର୍ଶନରେ ଓଡ଼ିଶା ଆସିଥିବାରୁ ତାଙ୍କୁ ସ୍ବାଗତ । କୃଷକ ଉନ୍ନତି ଓ ସଶକ୍ତୀକରଣ ସହ ପୋଲାଭରମ୍‌ ପ୍ରସଙ୍ଗ ସମ୍ପର୍କରେ ତାଙ୍କ ସହ ଆଲୋଚନା ହୋଇଛି ।ଏଥିସହ ମହିଳା ସଂରକ୍ଷଣ ପ୍ରସ୍ତାବକୁ କେସିଆର ସ୍ବାଗତ କରିଥିବା ନବୀନ କହିଛନ୍ତି ।

ତେବେ ନବୀନ-କେସିଆର୍‌ଙ୍କ ଏହି ସାକ୍ଷାତକାର ରାଜ୍ୟ ଓ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ବହୁ ରାଜନେତା ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି ।

Leave a comment