ଜଙ୍ଗଲରୁ କଟାମୁଣ୍ଡ ଯୁବତୀ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମିକା ଘରୁ ଚାଲିଆସିଥିଲା ପ୍ରେମିକ ସହ ହେଲେ ସେ ଜାଣିନଥିଲା ପ୍ରେମିକର ମନର କଥା । ପ୍ରେମିକ ସାଜିଥିଲା ସୈତାନ । କଟିଲା ପ୍ରେମିକାର ମୁଣ୍ଡ । ଏଭଳି ଏକ ଘଟଣା ଘଟିଛି ଚନ୍ଦକା ଜଙ୍ଗଲରେ ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳର କିଶୋର ବିଶ୍ୱାଳଙ୍କ ଝିଅ ସସ୍ମିତା ବିଶ୍ୱାଳ(୨୫) ଘରୁ ଲୁଚି ଡେଲାଙ୍ଗ ଥାନା ଅଧୀନ କୁଞ୍ଜର ଗ୍ରାମର ଯୁଧିଷ୍ଟିର ସ୍ୱାଇଁଙ୍କ ସହ ଚାଲି ଆସିଥିଲା । ଆଖିରେ ଥିଲା ଅସୁମାରୀ ସ୍ୱପ୍ନ । ନିଜ ମନପସନ୍ଦ ସାଥି ସହ ଗଢ଼ିବ ସଂସାର । ହେଲେ ସୈତାନ ପ୍ରେମିକ ମନରେ କିନ୍ତୁ ଥିଲା ପ୍ରେମିକା ଠାରୁ କିପରି ମୁକ୍ତି ପାଇବ । ସେ ପ୍ରେମିକାକୁ ସାଙ୍ଗରେ ନେଇ ଆସି ଚନ୍ଦକା ଜଙ୍ଗଲରେ ମୁଣ୍ଡ କାଟି କରିଥିଲା ହତ୍ୟା । ଏହାପରେ ଯୁଧିଷ୍ଟିର ଫେରାର ହୋଇଯାଇଥିଲା । ସସ୍ମିତାଙ୍କ ବାପାଙ୍କ ଝିଅ ନିଖୋଜ ହୋଇଥିବା ନେଇ ଗତ ୧୫ ତାରିଖରେ ସତ୍ୟବାଦୀ ଥାନାରେ ଏତଲା ଦେଇଥିଲେ । ଆଜି ସସ୍ମିତାଙ୍କ ମୁଣ୍ଡ ଖଣ୍ଡଗିରି ଥାନା ଅଧୀନ ଟ୍ରିପଲ ଆଇଟି ପଛପଟେ ଥିବା କ୍ରିଷ୍ଣାପୁରୀ ଅଞ୍ଚଳରୁ ସତ୍ୟବାଦୀ ପୋଲିସ ଉଦ୍ଧାର କରିଛି । ଏଥିସହ ଚନ୍ଦକା ଜଙ୍ଗଲର ଏକ ଅନାବନା ବୁଦାରୁ ସସ୍ମିତାଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହକୁ ଉଦ୍ଧାର କରାଯାଇଛି । ଆଜି ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସତ୍ୟବାଦୀ ପୋଲିସ ଖଣ୍ଡଗିରି ଥାନା ପୋଲିସ ସହଯୋଗରେ ଗଳିତ ଶବ ଉଦ୍ଧାର କରିଥିଲା । ଏହାସହ ପ୍ରେମିକ ଯୁଧିଷ୍ଟିର କୁ ଗିରଫ କରିଛି ପୋଲିସ । ଯୁଧିଷ୍ଟିର କୁ ଜେରା ସମୟରେ ସେ ସସ୍ମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ମାନିବା ସହ ଘଟଣାର ଡେମୋ ଦେଖାଇଥିଲା । ତେବେ ହତ୍ୟାର କାରଣ ଜଣାପଡି ନଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି।

Leave a comment

You cannot copy content of this page