ବୈଜୟନ୍ତ ନୁହେଁ ଜାଗି ଙ୍କୁ ସୁଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୈଜୟନ୍ତ ନୁହେଁ ଜାଗି ମଙ୍ଗତ ପଣ୍ଡା ଯିବେ ଲୋକସଭା । କାହିଁକି ନା ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ ସଂଘର ବୈଠକ ପାଇଁ ଓଡ଼ିଶା ଆସିଥିଲେ । ନିୟମ ଅନୁସାରେ ସଂଘର ବୈଠକ ସମୟରେ ସଂଘ ର କର୍ମୀଙ୍କ ବ୍ୟତୀତ କାହାକୁ ବୈଠକ କୁ ଯିବାକୁ ଅନୁମତି ଦିଆଯାଏ ନାହିଁ । ବିଜେପି ବରିଷ୍ଠ ନେତା ପ୍ରତାପ ଷଢଙ୍ଗୀ, ମୋହନ ଭାଗବତଙ୍କୁ ଦେଖାକରିବାକୁ ଚାହିଁଥିଲେ ମାତ୍ର ତାଙ୍କୁ ଅନୁମତି ମିଳିନଥିବା ବେଳେ, ଜଣେ ମହିଳାଙ୍କୁ କିନ୍ତୁ ମୋହନ ଭାଗବତଙ୍କ ସହ ଦେଖାକରିବାକୁ ଅନୁମତି ଦିଆଯାଇଥିଲା । ଯାହାକି ତାଙ୍କ ତାଙ୍କ ସଂଘର ନିୟମ ବିରୋଧୀ । ଏହି ସାକ୍ଷାତ ପଛରେ ଥିବା ରହସ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ, ଯେଉଁ ମହିଳାଙ୍କୁ ଦେଖା କରିଥିଲେ ସେ ହେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା । ଆଉ ଏହି ସାକ୍ଷାତ ର ରହସ୍ୟ ହେଲା ଆଗାମୀ ସାଧାରଣ ନିର୍ବାଚନ । ଏହି ନିର୍ବାଚନ ରେ ସଂଘ ଚାହୁଁଛି କି ବୈଜୟନ୍ତଙ୍କ ବଦଳରେ କେନ୍ଦ୍ରାପଡା ରୁ ଲୋକସଭା ଆସନ ପାଇଁ ଜାଗି ଲଢନ୍ତୁ । ଗତ କିଛିଦିନ ମଧ୍ୟରେ ବୈଜୟନ୍ତଙ୍କ ଲୋକପ୍ରିୟତା କମିଥିବା ଲକ୍ଷ କରି ଥିବାରୁ ତାଙ୍କୁ ଏପର୍ଯ୍ୟନ୍ତ ବିଜେପି ରେ ସାମିଲ କରାଯାଇନାହିଁ । ତେଣୁ ବିଜେପି ନିଜ ବିଜୟ ଆଶାରେ ଜାଗି ମଙ୍ଗତ ପଣ୍ଡାଙ୍କୁ ପଦ୍ମ ଧରାଇବାକୁ ଚିନ୍ତା କରିଛି । ଯଦି ଏହି ଲକ୍ଷ୍ୟ ରେ ବିଜେପି ସଫଳ ହୁଏ ତେବେ ରାଜ୍ୟସଭା କୁ ବୈଜୟନ୍ତ ଙ୍କୁ ପଠାଇବା ନିଷ୍ପତ୍ତି କାର୍ଯ୍ୟକାରୀ ହେବାର ସମ୍ଭାବନା ଏଡାଇ ଦିଆଯାଇ ନପାରେ ବୋଲି ରାଜନୈତିକ ସମୀକ୍ଷକ ମହଲରେ ଚର୍ଚ୍ଚା ହେଉଛି ।