ମେସ୍ ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେସ୍ ରୁ ଉଦ୍ଧାର ହେଲା ଜଣେ ଛାତ୍ରୀଙ୍କ ମୃତଦେହ । ତାଙ୍କ ନାଁ ସ୍ନିଗ୍ଧା ମଣ୍ଡଳ । ସେ ଜଣେ ଯୁକ୍ତ ଦୁଇ ଛାତ୍ରୀ ।
ସୂଚନା ଅନୁଯାୟୀ, ଏମ୍ଭି-୫୦ ର ସ୍ନିଗ୍ଧା ମଣ୍ଡଳ ମେସ୍ରେ ରହି ମାଲକାନଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପଢୁଥିଲେ । ସ୍ନିଗ୍ଧା ଅନ୍ୟ ୪ଜଣ ଝିଅଙ୍କ ସହ ମିଶି ଝାଟିମାଟି କଲୋନୀର ଏକ ମେସ୍ରେ ଗୋଟିଏ ରୁମ୍ରେ ରହୁଥିଲେ । ଆଜି ସକାଳେ ସମସ୍ତେ କଲେଜ ଯାଇଥିବା ବେଳେ ସ୍ନଗ୍ଧା ଏକୁଟିଆ ମେସ୍ରେ ଥିଲେ । ସାଙ୍ଗମାନେ କଲେଜରୁ ଫେରିବା ପରେ ସ୍ନିଗ୍ଧାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ନଗ୍ଧାଙ୍କ ମୃତଦେହ ଜବତ କରିବା ସହ କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ସ୍ନଗ୍ଧା ଆତ୍ମହତ୍ୟା କଲେ ଏହାର ଅଧିକ ତଦନ୍ତ ଚଳାଇଛି ।