ମଧ୍ୟପ୍ରଦେଶ ପରେ ଛତିଶଗଡରେ କୃଷି ଋଣ ଛାଡ କଲା କଂଗ୍ରେସ

0

ଓଡିଶା ଫାଷ୍ଟ(ବ୍ୟୁରୋ): ମଧ୍ୟପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସରକାର ଗଢୁ ଗଢୁ କୃଷି ଋଣ ଛାଡ କରିଛନ୍ତି ଭୁପେଶ ବାଘେଲ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ ନେଇ ଭୁପେଶ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଯୋଗଦେବା ଅବସରରେ ଏହି ନିଷ୍ପତ୍ତି ନେଇଛନ୍ତି ଭୁପେଶ । ଏହାଛଡା ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କାକୁ ବୃଦ୍ଧି ପାଇଁ ଭୁପେଶ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ କୃଷି ଋଣଛାଡ଼ ପ୍ରତିଶ୍ରୁତି ଦେଇଥିଲା । କୃଷି ଋଣ ଛାଡ଼ ପରେ ମାଓବାଦୀ ଦମନ ନୀତି ଓ ଧାନର ସହାୟକ ମୂଲ୍ୟ ବୃଦ୍ଧି ଭଳି ପ୍ରସଙ୍ଗରେ କଂଗ୍ରେସ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଉଦାହରଣ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କୃଷି ଋଣ ଛାଡ଼ ନକଲେ ମୋଦିଙ୍କୁ ରଖେଇ ବସେଇ ଦେବିନି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

Leave a comment