ସମୁଦ୍ରରେ ବୁଡି ଇଞ୍ଜିନିୟରିଂ ଛାତ୍ର ନିଖୋଜ

0

ଓଡିଶା ଫାଷ୍ଟ(ବ୍ୟୁରୋ): ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ମଙ୍ଗଳବାର ବୁଡି ନିଖୋଜ ହୋଇଯାଇଛନ୍ତି । ସେ ହେଲେ ବୋକାରସ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଶ୍ରୀକ୍ରିଷ୍ଣା କୁମାର । ତାଙ୍କ ଘର ଝାଡ଼ଖଣ୍ଡ ରାଞ୍ଚିରେ ବୋଲି ଜଣାପଡ଼ିଛି ।

ସୋମବାର ଶ୍ରୀକ୍ରିଷ୍ଣା ଭୁବନେଶରରୁ ତାଙ୍କ ବଡ ଭଉଣୀ ଜୟୀ କୁମାରୀଙ୍କ ପରିବାର ସହ ପୁରୀ ବୁଲିବାକୁ ଯାଇଥିଲେ । ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ହଲିଡେ ରିସର୍ଟ ନିକଟ ସମୁଦ୍ରରେ ପରିବାର ସହ ଗାଧୋଉଥିବା ବେଳେ ସେ ବୁଡି ଯାଇଥିଲେ । ଖବରପାଇ ଲାଇଫ ଗାର୍ଡମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ମାତ୍ର ଶ୍ରୀକ୍ରିଷ୍ଣାଙ୍କୁ ପାଇ ନ ଥିଲେ । ଏ ନେଇ ସମୁଦ୍ରକୂଳ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଛି । 

Leave a comment