ମହିଳା ଆରକ୍ଷଣ ନାଁରେ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ: ବଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ମହିଳା ମହାସମାବେଶରେ ଯୋଗଦେଇ ଓଡ଼ିଶାର ୩୩ପ୍ରତିଶତ ମହିଳାଙ୍କୁ ଲୋକସଭା ପଠାଯିବା ଭଳି ଏକ ଐତିହାସିକ ଘୋଷଣା କରିଥିବା ବେଳେ ଏହାକୁ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି କହି ସମାଲୋଚନା କରିଛି ବିଜେପି ।

ଖରବାଦାତା ସମ୍ମିଳନୀରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟ ସରକାର ଲୋକସଭ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଆଣୁଥିବା ବେଳେ ବିଧାନସଭା ର୍ନିବାଚନ କ୍ଷେତ୍ରରେ ଏହି ନିୟମକୁ କାହିଁକି ଲାଗୁ କରୁନାହାଁନ୍ତି । ବିଜେଡି ଶାସନ କାଳରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ଓ ଅତ୍ୟାଚାର ବୃଦ୍ଧି ପାଇଥିବା ବେଳେ ମହିଳା ଆରକ୍ଷଣ ନାଁରେ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ।

Leave a comment