କାମ ସିଘ୍ର ସାରିବା ପାଇଁ ରିଟ୍ ପିଟିସନ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ହାଇକୋର୍ଟରେ ଦାଖଲ ହେଲା ରିଟ୍ ପିଟିସନ । ଶ୍ରୀମନ୍ଦିରର କିଛି ସେବାୟତମାନେ ଦାୟର କରିଛନ୍ତି ରିଟ୍ ପିଟିସନ। ଏହି ପିଟିସନରେ ପରିକ୍ରମା ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ପରିକ୍ରମା ପ୍ରକଳ୍ପ କାର୍ୟ୍ୟକୁ ବିଳମ୍ବ ନକରି ଯଥଶୀଘ୍ର ଶେଷ କରିବା ପାଇଁ ଏଏସଆଇକୁ ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ଦିଅନ୍ତୁ ଏବଂ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଓ ସମର୍ଥନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରିଟ୍ ପିଟିସନରେ ପ୍ରାର୍ଥନା କରାଯାଇଛି।

ଏହି ପିଟିସନରେ ସେବାୟତ ମାନେ ଅଭିଯୋଗ କରିଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଅଭିସନ୍ଧିମୂଳକ ଭାବେ ଏହି ବିକାଶମୂଳକ କାର୍ୟ୍ୟର ବାଧା ସୃଷ୍ଟି କରୁଛନ୍ତି ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତମାନଙ୍କର ସ୍ୱାର୍ଥକୁ ବାଧା ସୃଷ୍ଟି କରୁଛି । ଗତ କିଛି ଦିନ ହେବ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି । ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରାଯାଉଛି ।

Leave a comment