ଭାବର ପ୍ରତୀକ ବିଜୟ ମିଶ୍ର: ପ୍ରଭାଂଶୁ ସାମନ୍ତରାୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଗଜତର ସୁନାମଧନ୍ୟ କାହାଣୀକାର, ସଂଳାପକାର ଏବଂ ଚିତ୍ରନାଟ୍ୟ ଲେଖିକ ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । ଏ ନେଇ ପୂରା ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀ ଦୁଃଖ ପ୍ରକାଶ କରିଛି । ଏହି ଅବସରରେ ପ୍ରଯୋଜକ ତଥା ପ୍ରକାଶକ ପ୍ରଭାଂଶୁ ସାମନ୍ତରାୟ ଦୁଃଖ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚଳଚ୍ଚିତ୍ର ଜଗତର ବାଦଶାହା ବିଜୟ ମିଶ୍ରଙ୍କ ପରଲୋକରେ ସାରା ଓଡ଼ିଆ ଇଣ୍ଡଷ୍ଟ୍ରୀ ତଥା ନାଟ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ଚଳଚ୍ଚିତ୍ର “ସମୟ ଚକରେ ସାଂସର ରଥ” ପାଇଁ ବିଜୟ ମିଶ୍ର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ଲେଖିଥିଲେ । ଏହାସହ ତାଙ୍କ ପ୍ରକାଶନ ସଂସ୍ଥା “ଦିବ୍ୟଦୂତ ପ୍ରକାଶନୀ” ର ଦୁଇଟି ନାଟକ “ଭଙ୍ଗା ଆଇନା” ଓ “ଏକଦା ଲାବଣ୍ୟ” ବିଜୟ ମିଶ୍ରଙ୍କ ସହଯୋଗରେ ପ୍ରକାଶିତ କରିଥିଲେ । ତାଙ୍କ ସହ ପାରିବାରିକ ସମ୍ପର୍କ ବେଶ୍ ନିବିଡ ଥିଲା । ସେ ଥିଲେ ମୋ ପାଇଁ ପଥପ୍ରଦର୍ଶକ ଓ ଗୁରୁ । ଏହା ବ୍ୟତୀତ ତାଙ୍କର “ପକ୍କା କମ୍ବଳ ପୋଛ ଛତା”, “ଜଗା ବଳିଆ”, “ହୀରା ଲୀଳା”, “ସପନ ବଣିକ” ଏହି ୪ଟି ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲି ।

ଏହି ୪ଟି ଫିଲ୍ମରେ ସେ ସଂଳାପକାର ଥିଲେ । ତାଙ୍କର ଆଶୀର୍ବାଦ ସବୁବେଳେ ଚଳଚ୍ଚିତ୍ର ଜଗତ ପାଇଁ ରହିଥାଉ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି

Leave a comment