ଓଜନ ହ୍ରାସ ନେଇ ଚିନ୍ତିତ କି ? ତେବେ ଖାଇବା ପୂର୍ବରୁ ଏହି କାମ କଲେ ଶୀଘ୍ର ହ୍ରାସ ହେବ ଓଜନ

ଓଜନ ହ୍ରାସ ପାଇଁ ଗୋଟିଏ ସୁସ୍ଥ ଜୀବନ ଓ ଉଚିତ ମାତ୍ରାର ଖାଦ୍ୟ ପେୟ ପାଇଁ ପରାମର୍ଶ ଦିଆଯାଇ ଥାଏ l ଏହାଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ l ୱେଟ ଲସ ଜର୍ଣ୍ଣି ସମୟରେ ଅନେକ ଲୋକ ଏଭଳି ଥାଆନ୍ତି ଯିଏ କି କିଛିଟା ଗୁରୁତ୍ୱପୂର୍ଣ କଥାକୁ ଅଣଦେଖା କରି ଦେଇଥାଉ l ଯାହାଦ୍ୱାରା ଆମେ ଠିକ ଫଳାଫଳ ପାଇ ନଥାଉ l
-ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଖାଇବା ସହ ପାଣି ପିଇବା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ l
ଖାଇବା ପୂର୍ବରୁ ଓ ଖାଇବା ପରେ ଉଚିତ ମାତ୍ରାରେ ପାଣି ପିଇବା ଆବଶ୍ୟକ l ଯାହା ଦ୍ୱାରା ପେଟରେ ଜମି ଥିବା ଚର୍ବି ହ୍ରାସ ହୋଇପାରେ l
-ହେଲଥ ଲାଇନ ର ରିପୋର୍ଟ ଅନୁସାରେ ପାଣି ପିଇବା ଦ୍ୱାରା କ୍ୟାଲୋରି ବର୍ଣ ହୋଇଥାଏ ଓ ଭୋକ କମ୍ ଲାଗିଥାଏ l ଏହି କାରଣରୁ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ବୋଲି କୁହାଯାଇ ଥାଏ l
-କିନ୍ତୁ ଏହା କୌଣସି ଅନ୍ୟ ଡ୍ରିଂକ୍ସ ନହୋଇ ସାଧା ପାଣି ହୋଇଥିବା ଆବଶ୍ୟକ l ଏହାଛଡା ହେଲଦି ଡାଏଟ ମଧ୍ୟ ଜରୁରୀ l
କଣ କହୁଛି ଅଧ୍ୟୟନ ?
– ଖାଇବାର ୩୦ ମିନିଟ ପୂର୍ବରୁ ୨ ଗ୍ଲାସ ପାଣି ପିଇବା ଜରୁରୀ l
– ଅଧ୍ୟୟନ ଅନୁସାରେ ଯଦି ମଧ୍ୟମ ଆୟୁ ବର୍ଗର ବ୍ୟକ୍ତି ନିୟମିତ ଖାଇବାର ୩୦ ମିନିଟ ପୂର୍ବରୁ ପାଣି ପିଇଥାଏ ତେବେ ଏହା ତାର ଭୋକ ବୃଦ୍ଧି କରି ଥାଏ ଓ ଚର୍ବି ହ୍ରାସ କରିଥାଏ l
– ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ ଯଦି ଆମେ ୧୨ ସପ୍ତାହ ପର୍ଯ୍ୟନ୍ତ ଖାଇବା ପୂର୍ବରୁ ପାଣି ପିଇଥାଉ ତେବେ ୨ କେଜି ଓଜନ ହ୍ରାସ ହୋଇଥାଏ l
– ସକାଳ ଜଳଖିଆ ପୂର୍ବରୁ ପାଣି ପିଇବା ଦ୍ୱାରା କ୍ୟାଲୋରି ର ମାତ୍ରା ୧୩ ପ୍ରତିଶତ ହ୍ରାସ ହୋଇଥାଏ l