ପତଳା ନେଇ ଚିନ୍ତିତ କି ? ପ୍ରତିଦିନ ଜିରା ପାଣିକୁ ଏହି ଉପାୟରେ ବ୍ୟବହାର କରନ୍ତୁ, ଆପଣ ହୋଇଯିବେ ପତଳା

0

ମହିଳା ହୁଅନ୍ତୁ କିମ୍ବା ପୁରୁଷ ଓଜନ ହ୍ରାସ କରିବା କୌଣସି ଆହ୍ବାନ ଠାରୁ ମଧ୍ୟ କମ୍ ନୁହେଁ । ଯେବେକି ପୁରୁଷ ମାନେ ଯିମ୍ ଯାଇ , ବ୍ୟାୟାମ କରି ଓଜନ ନିୟନ୍ତ୍ରଣ କରି ପାରିବେ , କିନ୍ତୁ ଘରେ କାମ କରୁଥିବା ମହିଳା ମାନେ ଏଭଳି ବ୍ୟସ୍ତତା ମଧ୍ୟରେ ରହି ଯାଆନ୍ତି ଯେ ସେମାନଙ୍କ ପାଇଁ ଓଜନ ହ୍ରାସ କରିବା ସମ୍ଭବପର ହୋଇ ନଥାଏ ।

ଏପରି ସ୍ଥିତି ରେ ଆଜି ଆସନ୍ତୁ ଜାଣିବା ଘରୋଇ ଉପାୟ ରେ ଥିବା କିଭଳି ଓଜନ ହ୍ରାସ କରିବା । ଏଥିପାଇଁ ଆପଣଙ୍କୁ ବାହାରକୁ ଯିବା ଆବଶ୍ୟକ ନାହିଁ କିମ୍ବା ଅଧିକ ପରିଶ୍ରମ କରିବାର ମଧ୍ୟ ନାହିଁ । ସେଥିପାଇଁ ଆପଣଙ୍କ ରୋଷେଇ ଘରେ ଥିବା ଜୀରା ହିଁ କାଫି ।ବିଶେଷଜ୍ଞ , ନ୍ୟୁଟ୍ରିସନିଷ୍ଟ୍ ମାନେ ମଧ୍ୟ ଏହାକୁ ମାନ୍ୟତା ଦେଇଛନ୍ତି । ଜିରା ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଏଥିରେ ମାଙ୍ଗାନିଜ , ଲୌହ , କ୍ୟାଲସିୟମ , ଫସଫରସ ପ୍ରଚୁର ମାତ୍ରାରେ ରହିଛି । ଜୀରା ପାଣି ନିୟମିତ ସେବନ ଦ୍ଵାରା ଶରୀର ରେ ମେଦ ବୃଦ୍ଧି ହୋଇ ନଥାଏ ଓ ଇମ୍ୟୁନିଟି ବୃଦ୍ଧି ହୋଇଥାଏ ।

ଜିରା ପାଣି ଓ ଭୃଷୁଙ୍ଗ ପତ୍ର -:ଜିରା ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ରାତିରେ ୨ଚାମଚ୍ ଜୀରା କୁ ବତୁରାଇ ନିଅନ୍ତୁ ସକାଳୁ ସେଥିରେ ୭ଟି ଭୃଶୁଙ୍ଗ ପତ୍ର ପକାଇ ଫୁଟାଇ ନିଅନ୍ତୁ । ଏହାକୁ ନିୟମିତ ସେବନ ଦ୍ଵାରା ଆପଣଙ୍କ ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ବିଏମଆଇ କୁ କମ୍ କରିଥାଏ ।

ଜିରା ଓ ଡାଲଚିନ୍ ପାଣି :-ଡାଲଚିନ୍ ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ତେଣୁ ପ୍ରତିଦିନ ରାତିରେଡାଲଚିନ୍ ଓ ଜୀରା କୁ ବତୁରାଇ ଦିଅନ୍ତୁ । ଏହାପରେ ତାହାକୁ ସକାଳୁ ଗରମ କରି ସାମାନ୍ୟ ଲୁଣ ମିଶାଇ ସେବନ କରନ୍ତୁ ।

ଲେମ୍ବୁ ଓ ଜିରା ପାଣି :-ନିୟମିତ ରାତିରେ ଜିରା କୁ ପାଣିରେ ବତୁରାଇ ରଖି ନିଅନ୍ତୁ ସକାଳୁ ତାହାକୁ ଫୁଟାଇ ନିଅନ୍ତୁ । ଏହାପରେ ସେଥିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଓଜନ ହ୍ରାସ ସହିତ କୋଳେଷ୍ଟ୍ରାଲ ମଧ୍ୟ ନିୟନ୍ତ୍ରିତ ହେବ ।

ଜିରା ଓ ଧନିଆ ପାଣି -:ଜିରା ଓ ଧନିଆ ଉଭୟ ଜିନିଷ ଓଜନ ହ୍ରାସ ପାଇଁ ଉପଯୋଗୀ ।

ଆପଣ ନିୟମିତ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ଜିରା ଓ ଧନିଆ କୁ ବତୁରାଇ ରଖି ନିଅନ୍ତୁ। ସକାଳୁ ଏହାକୁ ଛାଣି ନିଅନ୍ତୁ । ସେଥିରେ ସାମାନ୍ୟ ଲେମ୍ବୁରସ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଓଜନ ହ୍ରାସ ହୋଇଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ମଧ୍ୟ ଲାଗି ନଥାଏ ।

Leave a comment