ଅଯୋଧ୍ୟାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଯୋଧ୍ୟାରେ ଭଗବାନ ରାମଙ୍କ ୨୨୧ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ହେବ । ଉତ୍ତର ପ୍ରଦେଶ ସରକାର ଏ ନେଇ ସ୍ଥିର କରିଥିବା ବେଳେ ରବିବାର ୪ଟି ବାସ୍ତୁ ଫାର୍ମ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥଙ୍କୁ ଭେଟି ରାମଙ୍କ ପ୍ରତିମୂର୍ତ୍ତିର ଏକ ମଡେଲ ଉପସ୍ଥାପନ କରିଛନ୍ତି । ଏହା ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ହେବ ବୋଲି କୁହାଯାଉଛି । ତେବେ ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୧୫୧ ମିଟର ଥିବା ବେଳେ ଏହା ଉପରେ ୨୦ ମିଟରର ଛତା ରହିବ । ତଳ ଭାଗରେ ପ୍ରାୟ ୫ ମିଟରର ଆସ୍ଥାନ ରହିବ । ତେଣୁ ଏସବୁକୁ ମିଶାଇ ରାମଙ୍କ ମୂର୍ତ୍ତିର ଉଚ୍ଚତା ପାଖାପାଖି ୨୨୧ ମିଟର ହେବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଲ୍‌ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଯାହା ବିଶ୍ୱର ସବୁଠାରୁ ଉଚ୍ଚମୂର୍ତ୍ତିର ଆଖ୍ୟା ପାଇଥିଲା । ହେଲେ ଅଯୋଧ୍ୟରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ତିଆରି ହେବା ପରେ ଷ୍ଟାଚ୍ୟୁ ଅଫ ୟୁନିଟି ବିଶ୍ୱର ସବୁଠାରୁ ଉଚ୍ଚମୂର୍ତ୍ତିର ଆଖ୍ୟା ହରାଇବ।

Leave a comment