ସମ୍ ରେ ବିଶ୍ୱ ପାର୍କିନ୍ସନ ଦିବସ ପାଳିତ
ଭୁବନେଶ୍ୱର : ପାର୍କିନ୍ସନ୍ ରୋଗ ଓ ଏ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ବିଶ୍ୱ ପାର୍କିନ୍ସନ୍ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ “ଇଣ୍ଟିଗ୍ରେଟିଙ୍ଗ୍ ହେଲ୍ଥକେୟାର: ଅଲ୍ ଅଣ୍ଡର ୱାନ୍ ରୁଫ୍’ ରହିଥିବାବେଳେ ଏହି ରୋଗର ନିରାକରଣ ନେଇ ସମ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏକ ୱାକାଥନ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ପ୍ରାରମ୍ଭରେ ସୋମବାର ସକାଳୁ ସମ୍ ହସ୍ପିଟାଲ୍ର ବ୍ଲଡ ବ୍ୟାଙ୍କ ସମ୍ମୁଖରେ ଏକ ୱାକାଥନ୍ କରାଯାଇଥିଲା । ଏହି ୱାକାଥନ୍ରେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ସାହୁ, ଡାକ୍ତର ଲୁଲୁପ୍ ସାହୁ, ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ, ଡାକ୍ତର ସୁକ୍ରିୟା, ଡାକ୍ତର ତନୟା ମିଶ୍ର, ଡାକ୍ତର ଅଜିତ ମିଶ୍ର, ଡାକ୍ତର ରଞ୍ଜନ ମହାନ୍ତି ଓ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ୱାକାଥନ୍ ପରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କୁଳପତି ପ୍ରଫେସର ମହାପାତ୍ର । ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତର, ରୋଗୀ ଓ କର୍ମଚାରୀମାନଙ୍କୁ ପାର୍କିନ୍ସନ୍ ରୋଗ ସମ୍ପର୍କରେ ଅବଗତ କରାଇବା ସହ ସଚେତନ ମଧ୍ୟ କରାଇଥିଲେ । ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ପ୍ରଫେସର ସାମନ୍ତସିଂହାର, ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସାହୁ ଉପସ୍ଥିତ ରହି ରୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆସୋସିଏଟ୍ ପ୍ରଫେସର ଡାକ୍ତର ଲୁଲୁପ ସାହୁ ଏକ ପାୱାର ପଏଣ୍ଟ୍ ପ୍ରେଜେଣ୍ଟେସନ୍ ଜରିଆରେ ତଥ୍ୟ ରଖିଥିଲେ । ସେହିପରି ରୋଗୀମାନଙ୍କ ନିମନ୍ତେ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।