ଆଜି ବିଶ୍ୱ ପଖାଳ ଦିବସ: ଗାଁ ଠାରୁ ସହର ସବୁଠାରେ ଆଦର
ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପଖାଳର ଚାହିଦା କିଛି ନିଆରା ଭାବେ ଥାଏ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଓଡ଼ିଆମାନଙ୍କ ମନପ୍ରାଣରେ ପଖାଳର ରହିଛି ସ୍ୱତନ୍ତ୍ର ସ୍ଥାନ।
ଓଡ଼ିଆ ଘରର ପଖାଳ କେବଳ ଓଡ଼ିଶାରେ ନୁହେଁ ବିଭିନ୍ନ ରାଜ୍ୟ ଓ ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଶରୀର ପାଇଁ ପଖାଳ ବେଶ ଲାଭଦାୟକ ହୋଇଥାଏ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି ।