ଚେସ୍ ବିଶ୍ୱକପ-୨୦୨୧ : ବିଜୟରୁ ଅଭିଯାନ ଆରମ୍ଭ କଲେ ପଦ୍ମିନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ରୁଷିଆର ସୋଚିରେ ଆରମ୍ଭ ହୋଇଥିବା ଚେସ୍‌ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ସୋମବାରଠୁ ବିଶ୍ୱକପ୍‌ ଆରମ୍ଭ ହୋଇଛି ।
ପଦ୍ମିନୀ ପ୍ରଥମ ମ୍ୟାଚ୍‌ରେ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ଭେଟିଥିଲେ । ଏହି ବିଜୟ ସେ ରାଉଣ୍ଡ-୩୨କୁ ଉନ୍ନୀତ ହୋଇଛନ୍ତି । ଏହି ରାଉଣ୍ଡରେ ଆଇଏମ୍‌ ସରାସଦତ ଖାଡେମାଲସାରହିଙ୍କୁ ଭେଟିବେ । ପଦ୍ମିନୀ କରୋନା ମହାମାରୀ ପାଇଁ ଦୀର୍ଘ ଦେଢ଼ ବର୍ଷ ପରେ ବିଦେଶ ଗସ୍ତରେ ଯାଇଛନ୍ତି । ଭାରତୀୟ ଦଳରେ ତାଙ୍କ ସହ ରହିଛନ୍ତି ଭକ୍ତି କୁଲକର୍ଣ୍ଣି, ଡ୍ରୋନାଭାଲି ହାରିକା ଓ ଆର. ବୈଶାଳୀ । ଚଳିତ ବର୍ଷ ପଦ୍ମିନୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇ ସୁପାରିସ ହୋଇଛି ।

Leave a comment

You cannot copy content of this page