ଏହି ଗୁଣ ଥିବା ମହିଳାମାନେ ହୋଇଥାନ୍ତି ପରଫେକ୍ଟ ମା’
ମାତାପିତା ହେବା ଦୁନିଆର ସବୁଠୁ କଷ୍ଟ ଦାୟକ କାମ l କାହିଁକି ନା ମାତାପିତା ହୋଇଯିବ ପରେ ଆପଣ ସବୁବେଳେ ସତର୍କ ରହିବା ଆବଶ୍ୟକ ଓ ଅନେକ ଗୁଡିଏ ଗଁଆମ୍ଭର ନିଷ୍ପତି ମଧ୍ୟ ନେବାକୁ ପଡିଥାଏ l ଏମିତି ରେ ଦେଖିବାକୁ ଗଲେ ସନ୍ତାନ ର ଲାଳନପାଳନ ପାଇଁ ମା ଏବଂ ବାପା ଉଭୟଙ୍କ ର ଗୁରୁତ୍ୱ ପୁର୍ଣ ଭୂମିକା ରହିଥାଏ, କିନ୍ତୁ ମା’ର ଭୂମିକା ଅଧିକ ମହତ୍ଵପୁର୍ଣ ଅଟେ l ଅନେକ କ୍ଷେତ୍ରରେ ବାପା ତୁଳନାରେ ମା ନିଜ ପିଲାମାନଙ୍କର ଅଧିକ ନିକଟତର ହୋଇଥାଏ l ପ୍ରତ୍ୟେଜ ମହିଳା ଚେଷ୍ଟା କରି ଥାଆନ୍ତି, ଜୀବନ ରେ ଗୋଟିଏ ପରଫେକ୍ଟ ମା ହେବେ ଯେଉଁ କାରଣରୁ ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ l ଗୋଟିଏ ପରଫେକ୍ଟ ମା’ର ରହିବା ଉଚିତ ଏହି ଗୁଣ –
– ନିଜ ଛୁଆକୁ ବୁଝିବା ପୂର୍ବରୁ ସବୁଠୁ ଜରୁରୀ ହେଉଛି ସର୍ବ ପ୍ରଥମେ ଆପଣ ନିଜକୁ ବୁଝିବା ଜରୁରୀ l ଯେଉଁ ମା ନିଜ ଦୁର୍ବଳତା ଓ ଶକ୍ତିକୁ ଠିକ ଭାବରେ ଜାଣିପାରି ଥାଏ ସେ ଖୁବ ଭଲରେ ସବୁକିଛି ମ୍ୟାନେଜ କରିପାରେ l ସେ ଖୁବ ଭଲରେ ନିଜ ପିଲା ମଧ୍ୟରେ ଖରାପ ଓ ଭଲଗୁଣ କୁ ଜାଣିପାରି ଥାଏ l
– ପ୍ରତ୍ୟେକ ପିଲା ଚାହିଁ ଥାଆନ୍ତି, ତାଙ୍କ ମା ମାନେ ତାଙ୍କୁ ବିନା ଜଜ କରି ତାଙ୍କର ସବୁ କଥା ଶୁଣନ୍ତୁ, ଯେଭଳି ଭାବରେ ପିଲା ବଡ଼ ହୋଇ ଚାଲନ୍ତି ସେମାନେ ନିଜର ବିଚାର, ଭାବନା ଓ ଅନୁଭବ କୁ ମା ମାନଙ୍କ ସହିତ ସେୟାର କରନ୍ତି l ତେଣୁ ଏପରି ସ୍ଥିତି ରେ ଯଦି ଆପଣ ପିଲାର କଥାକୁ ନଶୁଣି ତାକୁ ଇଗନୋର କରନ୍ତି ତେବେ ପିଲାମାନେ ନିଜକୁ ଅବହେଳାର ଶିକାର ହୋଇ ଥିବାର ଅନୁଭବ କରନ୍ତି l ତେଣୁ ସବୁବେଳେ ନିଜ ପିଲାର କଥାକୁ ଧର୍ଯ୍ୟର ସହିତ ଶୁଣନ୍ତୁ l
– ସାଧାରଣ ଭାବରେ ଆମେ ଦେଖିବାକୁ ପାଇଥାଉ ଯେ ପିତାମାତା ହୋଇଯିବା ପରେ ସମସ୍ତେ ପ୍ରାୟ ନିଜକୁ ଖୁବ ଦାୟିତ୍ୱବାନ ଓ ବଡ଼ ଅନୁଭବ କରିଥାଆନ୍ତି l ଅନେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳିଥାଏ ଯେ ପିତାମାତା ମଧ୍ୟ ଭୁଲ କରନ୍ତି, ଓ ନିଜର ଭୁଲ କୁ ସ୍ୱୀକାର କରନ୍ତି ନାହିଁ l କିନ୍ତୁ ଏହା ଭୁଲ ଅଟେ, ଯଦି ବଦମାନେ ବିନମ୍ରତା ର ସହିତ ନିଜର ଭୁଲ କୁ ଗ୍ରହଣ କରିବେ ତେବେ ପିଲାମାନେ ମଧ୍ୟ ସେଥିପ୍ରତି ସତର୍କ ରହିବେ ଓ ନିଜର ଭୁଲ ସ୍ୱୀକାର କରିବେ l
– ଆଉ ଗୋଟିଏ ଗୁଣ ପିତାମାତା ଙ୍କ ମଧ୍ୟରେ ରହିବ ଜରୁରୀ ସେ ନିଜ ପିଲାଙ୍କ ପାଇଁ ସପୋର୍ଟିଭ ହେବା ଜରୁରୀ l ଏହାର ଅର୍ଥ ନୁହେଁ ଯେ ପିଲାଙ୍କ ଭୁଲ କଥାକୁ ବା ନିର୍ଣୟ କୁ ସପୋର୍ଟ କରିବେ, ଏହାର ଅର୍ଥ ହେଲା ପିଲା କୁ ଖରାପ ଓ ଭଲ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ଜରୁରୀ, ଏବଂ ନିଜ ସନ୍ତାନ କୁ ସମ୍ପୂର୍ଣ ମାନସିକ ସ୍ତରରେ ସପୋର୍ଟ ଦେବା ଆବଶ୍ୟକ ଲ