ମହିଳା ମାନେ ସ୍ବତନ୍ତ୍ର ଚିକିତ୍ସା ପାଇଁ ୫ଲକ୍ଷ ପରିବର୍ତ୍ତେ ପାଇବେ ୭ ଲକ୍ଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କୁ ୫ ଲକ୍ଷ ପରିବର୍ତ୍ତେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିିକିତ୍ସା ସହାୟତା ଯୋଗାଇ ଦିଆଯିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ସଚିବାଳୟଠାରେ ଆୟୋଜିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ମାଲକାନଗିରି ଜିଲା କାଲିମେଳା ବ୍ଲକର ମମତା ପଡ଼ିଆମୀ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନଙ୍କ ଲାଗି ଏହି ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ମହିଳାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଅଧିକ । ତେଣୁ ମହିଳାଙ୍କ କଥା ସ୍ବତନ୍ତ୍ର ଭାବେ ବିଚାର କରି ଅଧିକ ଅର୍ଥ ବ୍ୟବସ୍ଥା ବୃଦ୍ଧି କରିବାକୁ ମମତା ଅନୁରୋଧ କରିଥିଲେ। ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ଏହା ଦ୍ୱାରା ଉପକୃତ ହେବେ।

Leave a comment