ପରାଜୟ ପରେ ମହିଳା ହକି କୋଚ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ସୋର୍ଡ ମାରିନ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଦଳ ହାରିଯିବା ପରେ କୋଚ୍ ଭାବରେ ଅଲିମ୍ପିକ୍ସ ତାଙ୍କର ଶେଷ ଟୁର୍ନାମେଣ୍ଟ ଥିଲା ବୋଲି ସୋର୍ଡ ମାରିନ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ସୂଚନା ଥାଉ କି ଯେ ମାରିନଙ୍କ କୋଚିଂ ଦ୍ୱାରା ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲା। ବ୍ରିଟେନ ବିପକ୍ଷରେ ବ୍ରୋଞ୍ଜ ପଦକ ମ୍ୟାଚରେ ୩-୪ ରେ ହାରିଯିବା ପରେ ମାରିନ ଇସ୍ତଫା ଘୋଷଣା କରିଛନ୍ତି । ନେଦରଲାଣ୍ଡର ଏହି ପୂର୍ବତନ ଖେଳାଳି କହିଛନ୍ତି, ‘ମୋର ବର୍ତ୍ତମାନ କୌଣସି ଯୋଜନା ନାହିଁ କାରଣ ଏହା ଭାରତୀୟ ମହିଳା ଦଳ ସହିତ ମୋର ଶେଷ ମ୍ୟାଚ୍ ଥିଲା | ବର୍ତ୍ତମାନ ଦଳ ଜାନେକା ସୋପମ୍ୟାନଙ୍କ ଉପରେ ନିର୍ଭର କରେ।
ସୂଚନା ଥାଉ କି ଯେ ଉଭୟ ମାରିନ ଏବଂ ଦଳର ଆନାଲିଟିକାଲ୍ କୋଚ୍ ଜାନେକା ସୋପମ୍ୟାନଙ୍କ କାର୍ଯ୍ୟକାଳ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ବୃଦ୍ଧି କରାଯାଇଥିଲା | କିନ୍ତୁ ବ୍ୟକ୍ତିଗତ କାରଣ ହେତୁ ମୁଖ୍ୟ ପ୍ରଶିକ୍ଷକ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୂଚନା ଥାଉ କି ୧୬ ମାସ ଧରି ଘରକୁ ଯାଇ ନ ଥିବା ସୋର୍ଡ ମାରିନଙ୍କୁ ୨୦୧୭ ରେ ଭାରତୀୟ ମହିଳା ଦଳର କୋଚ୍ ଭାବରେ ନିଯୁକ୍ତ କରାଯାଇଥିଲା। ଏହା ପରେ ତାଙ୍କୁ ପୁରୁଷ ଦଳର କୋଚ୍ କରାଯାଇଥିଲା।
ତେବେ ୨୦୧୮ରେ ସେ ପୁନର୍ବାର ମହିଳା ଦଳର କୋଚ୍ ଭାବରେ ନିଯୁକ୍ତ ହୋଇଥିଲେ। ମାରିନ ନେଦରଲ୍ୟାଣ୍ଡ ପାଇଁ ଖେଳିଛନ୍ତି ଏବଂ ତାଙ୍କ ତତ୍ତ୍ୱାବଧାନରେ ନେଦରଲ୍ୟାଣ୍ଡ ୨୧ ବର୍ଷରୁ କମ୍ ମହିଳା ଦଳ ବିଶ୍ୱକପ୍ ଟାଇଟଲ୍ ଜିତିଥିଲେ ଏବଂ ବରିଷ୍ଠ ମହିଳା ଦଳ ୨୦୧୫ ହକି ବିଶ୍ୱ ଲିଗ୍ ସେମିଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | କୋଭିଡ -୧୯ ମହାମାରୀ ହେତୁ ଲାଗୁ ହୋଇଥିବା ପ୍ରତିବନ୍ଧକ ହେତୁ ସେ ଗତ ୧୬ ମାସ ଧରି ତାଙ୍କ ଘରକୁ ଯାଇପାରିନଥିଲେ, ଆଉ ଇସ୍ତଫା ଦେବାର ନିଷ୍ପତ୍ତି ପଛରେ ବ୍ୟକ୍ତିଗତ କାରଣ ମୁଖ୍ୟ ବୋଲି ଚର୍ଚ୍ଚା ଜୋର ଧରିଛି |