ଏଭଳି ପୁରୁଷମାନଙ୍କ ଆଡକୁ ଆକର୍ଷିତ ହୋଇଥାଆନ୍ତି ମହିଳା
ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମଣିଷ ଜୀବନ ର ପ୍ରତ୍ୟେକ ସୋପାନ କୁ ନେଇ କିଛିନା କିଛି ତଥ୍ୟ ଦିଆଯାଇଛି l ଯାହା ମଣିଷ ଜୀବନ କୁ ଠିକ ଭାବରେ ପରିଚାଳିତ କରିଥାଏ ଓ ମାର୍ଗ ଦର୍ଶନ କରାଇଥାଏ l ପୁରୁଷ ଓ ମହିଳା ଉଭୟ ଉଭୟଙ୍କର ପରିପୂରକ ଅଟନ୍ତି , ଜଣଙ୍କ ବିନା ଆଉ ଜଣେ ଆଗକୁ ବଢିବା ଅସମ୍ଭବ l ତେଣୁ ପୁରୁଷ ମାନଙ୍କର କେତୋଟି ସ୍ଵଭାଵ ପ୍ରତି ମହିଳା ମାନେ ବିଶେଷ ଭାବରେ ଆକର୍ଷିତ ହୋଇ ଥାଆନ୍ତି l
– ଯେଉଁ ପୁରୁଷମାନେ ସଚୋଟ ଅଟନ୍ତି ସେହି ମାନଙ୍କ ଆଡକୁ ମହିଳାମାନେ ଅଧିକ ଆକର୍ଷିତ ହୋଇ ଥାଆନ୍ତି l ଏଭଳି ଲୋକ କଦାପି ଧୋଖା ଦେଇ ନଥାଆନ୍ତି l ଏମାନେ ନିଜ ସମ୍ପର୍କ କୁ ଖୁବ ସଚୋଟତା ର ସହିତ ପାଳନ କରି ଥାଆନ୍ତି l
– ଯେଉଁ ପୁରୁଷ ନାରୀଙ୍କୁ ଅଧିକ ଗୁରୁତ୍ୱ ଦେଇ ଥାଆନ୍ତି ସେମାନଙ୍କୁ ନାରୀମାନେ ଅଧିକ ପସନ୍ଦ କରି ଥାଆନ୍ତି l କାହିଁକି ନା ମହିଳାମାନେ ସ୍ଵଭାଵ ରେ ସାମାନ୍ୟ ଇର୍ଷା ପରାୟଣା ଅଟନ୍ତି l କିନ୍ତୁ ସେ ସବୁବେଳେ ଚାହିଁ ଥାଆନ୍ତି ତାଙ୍କୁ ସମସ୍ତେ ଗୁରୁତ୍ୱ ଦିଅନ୍ତୁ l
– ମହିଳା ମାନେ ସେହି ପୁରୁଷ ମାନଙ୍କୁ ନିଜର କରିବାକୁ ଚାହିଁ ଥାଆନ୍ତି, ଯେଉଁମାନେ ତାଙ୍କର ବାହାର ସୌନ୍ଦର୍ଯ୍ୟ କୁ ନଦେଖି ବାହାର ସୌନ୍ଦର୍ଯ୍ୟ ଯେପରିକି ମନକୁ ଦେଖି ପସନ୍ଦ କରନ୍ତି l
– ସେହି ପୁରୁଷ ନିକଟକୁ ମହିଳା ଆକର୍ଷିତ ହୁଅନ୍ତି ଯେଉଁ ମାନଙ୍କ ମଧ୍ୟରେ ଅହଂକାର ନଥାଏ ଓ ସରଳ ବିଶ୍ୱାସୀ ସହିତ ସରଳ ମନା ର ହୋଇ ଥାଆନ୍ତି l
– ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ନିଜର ସମ୍ପର୍କ କୁ ଗୁରୁତ୍ୱ ଦେଇଥାଏ ଓ ତାହାକୁ ଗୋପନ ରଖନ୍ତି ସେଭଳି ପୁରୁଷ ଙ୍କ ସହିତ ମହିଳା ମାନେ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି l
– ସେହି ପୁରୁଷ ମାନେ ମହିଳା ମାନଙ୍କର ପ୍ରଥମ ପସନ୍ଦ ଅଟନ୍ତି, ଯିଏ ତାଙ୍କୁ ସମାନ ଦୃଷ୍ଟି ରେ ଦେଖିଥାଏ l ଏଭଳି ସମ୍ପର୍କ ସତ୍ୟତା ଓ ସମ୍ମାନ ର ସହିତ ଦୀର୍ଘଦିନ ଧରି ଆଗକୁ ଚାଲି
ଥାଏ l