ଚାଲିଚାଲି ଘରକୁ ଯିବା ରାସ୍ତାରେ ପ୍ରସବ କଲେ ମହିଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ ଡାଉନ ଯୋଗୁ ଲୋକେ କାମ ନପିବାରୁ ନିଜ ଘରକୁ ଚାଲିଚାଲି ଯାଉଛନ୍ତି । ଏହି ସମୟରେ ସେମାନେ ରାସ୍ତାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଧ୍ୟପ୍ରଦେଶର ସତନା ଜିଲ୍ଲାର ଉଚେରାର ଜଣେ ଗର୍ଭବତୀ ମହିଳା ରାସ୍ତାରେ ବହୁତ କଷ୍ଟଦାୟକ ଅବସ୍ଥାରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ନାସିକରୁ ଜଣେ ଗର୍ଭବତୀ ମହିଳା ଶ୍ରମିକ ନିଜ ପରିବାର ସହିତ ତାଙ୍କ ଗାଁ ଉଚେରା ଅଭିମୁଖେ ଯାଉଥିଲେ। କିନ୍ତୁ ନାସିକରୁ କିଛି ବାଟ ଦୂରରେ ପିପରଗାଓଁରେ ମହିଳାଙ୍କ ପ୍ରସବ ହୋଇଥିଲା । କିନ୍ତୁ ବାଟରେ ମହିଳା ଏବଂ ତାଙ୍କ ପରିବାର କୌଣସି ସାହାଯ୍ୟ ପାଇପାରିନଥିଲେ। ଗାଁର କିଛି ମହିଳା ସଂପୃକ୍ତ ମହିଳାଙ୍କୁ ରାସ୍ତାରେ ସାହାସ ଦେଇଥିଲେ । ପ୍ରସବ ପରେ ମହିଳା ଜଣଙ୍କ ପୁଣି ଥରେ ଚାଲିବାକୁ ଲାଗିଥିଲେ ।

ନିଜ ନବଜାତ ଶିଶୁକୁ ନିଜ କୋଳରେ ଧରି ୧୭୦ କିଲୋମିଟର ଚାଲିବା ପରେ ମଧ୍ୟପ୍ରଦେଶର ବିଜାସନ ସୀମାରେ ପହଞ୍ଚିବା ପରେ ତାଙ୍କୁ ସାହାଯ୍ୟ ମିଳିଥିଲା । ଯେତେବେଳେ ଉଚେରା ନିକଟରେ ପହଞ୍ଚିଥିଲେ, ପ୍ରଶାସନ ତାଙ୍କୁ ଜନନୀ ଏକ୍ସପ୍ରେସ ଯୋଗାଇ ଦେଇଥିଲା । ବର୍ତ୍ତମାନ ମା-ଶିଶୁଙ୍କୁ ଉଚେରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

ମହିଳା ଶ୍ରମିକ ସକୁନ୍ତଳାଙ୍କ ସ୍ବାମୀ ରାକେଶ କୋଲ୍ କହିଛନ୍ତି ଯେ, ସେମାନେ ନାସିକରୁ ଚାଲିବା ଆରମ୍ଭ କରିଥିଲେ। ପିପରଗାଓଁରେ ମୋ ପତ୍ନୀଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ରାସ୍ତାରେ ମହିଳା ଶ୍ରମିକଙ୍କ ପ୍ରସବ ହୋଇଥିଲା । ଗାଁର ୪-୫ ଜଣ ମହିଳା ଥିଲେ ଏବଂ ସେମାନେ ଶାଢୀ ଆଢୁଆଳରେ ପ୍ରସବ କରାଇଥିଲେ । ତା’ପରେ ଆମେ ଦୁଇ ଘଣ୍ଟା ବିଶ୍ରାମ କରି ଆଗକୁ ଚାଲିଲୁ । ୧୦୦-୧୫୦ କିଲୋମିଟର ଚାଲିବାବେଳେ ଏକ ଟ୍ରକ୍ ମିଳିଲା। ଯେଉଁଥିରେ ଆମେ ୧୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲୁ।

Leave a comment