ପଞ୍ଜାବରେ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଲେ ପ୍ରତ୍ୟାହାର

0

ପଞ୍ଜାବ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଞ୍ଜାବରେ ଆପ୍ ସରକାର ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି । ଯେଉଁ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା ସେମାନଙ୍କ ମଧ୍ୟରେ ଅନେକ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି।

କୁହାଯାଉଛି ଯେ ସୁରକ୍ଷା ପ୍ରତ୍ୟାହାର କରିବା ପୂର୍ବରୁ ପଞ୍ଜାବ ସରକାର ଏହି ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ କରିଥିଲେ ଯେଉଁଥିରେ ୪୨୪ ଜଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକ ପରେ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ପ୍ରତ୍ୟାହାରର କରିବାର ଅନ୍ୟତମ କାରଣ ମଧ୍ୟ କୁହାଯାଇଛି ଯେ ପଞ୍ଜାବ ପୋଲିସରେ କର୍ମଚାରୀଙ୍କ ଅଭାବ ରହିଛି।

ଏଭଳି ପରିସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ସ୍ଥାନରେ ସୁରକ୍ଷା କର୍ମୀଙ୍କ ଆବଶ୍ୟକ ପଡ଼ୁଛି । ତେଣୁ ଜନତାଙ୍କ ସୁରକ୍ଷା ଅଧିକ ଗୁରୁତ୍ୱ ଦିଆଯାଇ ଏପରି ବ୍ୟବସ୍ଥା କରାଯାଇଛି ।

Leave a comment