ଆଉ ଏକ ସୀମା ପାର ପ୍ରେମ କାହାଣୀ, ଫେସବୁକରେ ପ୍ରେମ ହୋଇ ଶ୍ରୀଲଙ୍କାରୁ ଭାରତ ଆସି ପ୍ରେମିକ ସହ କଲେ ବିବାହ

ଏହି ସମୟରେ ଦେଶରେ ସୀମା ହାଇଦର ଓ ଅଞ୍ଜୁ ମୀଣାରୁ ଫାତିମା ହୋଇଥିବା ମହିଳାଙ୍କର ଚର୍ଚ୍ଚା ଖୁବ୍ ଜୋରରେ ହେଉଛି। ଗୋଟେପଟେ ଯେଉଁଠି ପବଜୀରେ ବନ୍ଧୁତା କରି ସୀମା ହାଇଦର ପାକିସ୍ତାନରୁ ଭାରତ ଆସିଥିବା ବେଳେ ଅନ୍ୟପଟେ ଅଞ୍ଜୁ ଫେସବୁକ୍ରେ ବନ୍ଧୁତା କରି ପାକିସ୍ତାନ ଚାଲି ଯାଇଛନ୍ତି। ଏବେ ଆଉ ଏକ ଏମିତି ମାମଲା ସାମ୍ନାକୁ ଆସିଛି।
ଶ୍ରୀଲଙ୍କାର ଜଣେ ୨୫ ବର୍ଷିୟା ମହିଳା ଭାରତ ଆସି ୨୮ବର୍ଷର ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି। ଲକ୍ଷ୍ମଣ ଆନ୍ଧ୍ର ପ୍ରଦେଶର ଚିତ୍ତୁରରେ ରୁହନ୍ତି। ମହିଳାଙ୍କ ନାଁ ବିଗ୍ନେଶ୍ୱରୀ ଥିବା କୁହାଯାଉଛି ।
ସୂଚନା ଅନୁସାରେ , ୬ ବର୍ଷ ପୂର୍ବେ ଦୁହିଁଙ୍କର ଫେସବୁକ୍ରେ ହିଁ ଆରମ୍ଭ ହୋଇଥିଲା ବନ୍ଧୁତା। ଏହାପରେ ସେ ଟୁରିଷ୍ଟ ଭିସାରେ ଭାରତ ଆସି ଏଠାରେ ବିବାହ କରିଛନ୍ତି। ସୋସିଆଲ ମିଡ଼ିଆରେ ବିବାହର ଏହି ଖବର ଭାଇରାଲ ହେବାରେ ଲାଗିଛି , ତ ପୁଲିସ ବିଗ୍ନେଶ୍ୱରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରକୃତ କଥା ତାଙ୍କର ଭିସାର ସମୟ ଶେଷ ହୋଇ ଯାଇଛି । ପୁଲିସ କହିଛି ତାଙ୍କୁ ୧୫ ଅଗଷ୍ଟ ସୁଦ୍ଧା ବା ଭିସାକୁ ବଢ଼ାଇବାକୁ ହେବ , ନୁହେଁତ ଦେଶକୁ ଛାଡ଼ିବାକୁ ହେବ।
ସୀମା-ସଚିନ ଓ ଅଞ୍ଜୁ-ନସରୁଲ୍ଲାଙ୍କ ମାମଲା ପୂର୍ବରୁ ହିଁ ଚାଲୁ ରହିଛି । ଆଉ ଏହି ସ୍ଥିତିରେ ବିଗ୍ନେଶ୍ୱରୀ ଓ ଲକ୍ଷ୍ମଣଙ୍କର ଏହି ସଂପର୍କକୁ ନେଇ ଲୋକଙ୍କର ନଜର ଲାଗିଛି। ବିଗ୍ନେଶ୍ୱରୀ ୮ ଜୁଲାଇରେ ଆନ୍ଧ୍ର ପ୍ରଦେଶ ଆସିଥିଲେ ଏବଂ ୨୦ ଜୁଲାଇରେ ବିବାହ କରିଥିଲେ । ସେ ଚିତ୍ତୁରରେ ଥିବା କୋଟା ମନ୍ଦିରରେ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିଛନ୍ତି । କହି ରଖୁଛୁ କି, ଲକ୍ଷ୍ମଣ ରାଜମିସ୍ତ୍ରୀ କାମ କରନ୍ତି । ଫେସବୁକରେ ୨୦୧୭ ରେ ଦୁହିଁଙ୍କର ବନ୍ଧୁତା ହୋଇଥିଲା । ୮ ଜୁଲାଇରେ ଯେବେ ବିଗ୍ନେଶ୍ୱରୀ ଚେନ୍ନାଇରେ ପହଞ୍ଚଲେ ତ ଲକ୍ଷ୍ମଣ ତାଙ୍କୁ ରିସିଭ କରିବାକୁ ଯାଇଥିଲେ । ସେ ବିଗ୍ନେଶ୍ୱରୀଙ୍କୁ ନିଜ ଘରକୁ ନେଇଥିଲେ ଏବଂ ପରିବାର ଲୋକଙ୍କ ସହମତିରେ ବିବାହ କରିଥିଲେ ।
ଏହାପରେ ଚିତ୍ତୁର ଜିଲ୍ଲାର ପୁଲିସକୁ ଯେବେ ସୂଚନା ମିଳିଲା ତ ଏସପି ୱାଇ ରିସନ୍ତ ରେଡ୍ଡୀ ତାଙ୍କୁ ନୋଟିସ୍ ଜାରି କରି ଦେଲେ। ପୁଲିସ କହିଛି କି ୧୫ ଅଗଷ୍ଟ ସୁଦ୍ଧା ତାଙ୍କୁ ଶ୍ରୀଲଙ୍କା ଫେରିବାକୁ ହେବ। ବିଗ୍ନେଶ୍ୱରୀ ନିଜ ଦେଶ ଫେରିବାକୁ ମନା କରି ଦେଇଛି। ବିଗ୍ନେଶ୍ୱରୀ ନିଜର ଭିସା ଏକ ବର୍ଷ ଯାଏ ବୃଦ୍ଧି କରିବାକୁ ଆବେଦନ କରି ସାରିଛନ୍ତି । ସେଠାରେ ପୁଲିସର କହିବା ହେଲା କି ବିଗ୍ନେଶ୍ୱରୀଙ୍କୁ ବିବାହର ରେଜିଷ୍ଟ୍ରେସନ କରାଇବାକୁ ବି ପରାମର୍ଶ ଦିଆଯାଇଛି , ଏଇଥି ପାଇଁକି ଆଗକୁ ଯେମିତି ସେ କୌଣସି ପ୍ରକାରର ସମସ୍ୟାରେ ନପଡ଼ନ୍ତୁ ।