ରାଜ୍ୟରେ ଆହୁରି ବଢିବ ଶୀତ !
ରାଜ୍ୟରେ ବଢିବ ଶୀତ । ଆଗାମି ୨୪ ଘଣ୍ଟା ପରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୫ ଡ଼ିଗ୍ରୀ ଯାଏ ଖସିବ ରାତ୍ରିର ତାପମାତ୍ରା । ଯେଉଁଥିପାଇଁ କି ଶୀତର ପ୍ରକୋପ ବଢିବ। ଏହାସହ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ରହୁଛି। ଏହାର ପ୍ରଭାବରେ ଉତ୍ତର ଭାରତରେ କୁହୁଡିର ପ୍ରଭାବ ରହୁଛି ।
ଏହି କୁହୁଡିର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦୃଶ୍ୟମାନ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର :୨୫ ମିଟର ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ଘନ କୁହୁଡି ଅନୁଗୁଳରେ ୧୦୦ ମିଟର, ଟିଟଲାଗଡ:୧୦୦ ମିଟର କୁହୁଡି ଦୃଶ୍ୟମାନ ହୋଇଛି। ସେହିପରି ମଧ୍ୟମ ଧରଣର କୁହୁଡି କଟକରେ ୨୦୦ ମିଟର, ସୋନପୁରରେ ୨୦୦ ମିଟରଫୁଲବାଣୀରେ ୨୫୦ ମିଟର, ଢେଙ୍କାନାଳରେ ୨୦୦ ମିଟର ଦୃଶ୍ୟମାନ ହୋଇଥିବା ବେଳେ ହାଲୁକା କୁହୁଡି କେନ୍ଦୁଝରରେ ୪୫୦ ପାରାଦ୍ୱୀପରେ ୭୦୦ ମିଟର ଭବାନୀପାଟଣାରେ ୭୦୦ ମିଟର ସମ୍ବଲପୁରରେ ୮୦୦ ମିଟର ହୀରାକୁଦରେ ୯୦୦ ମିଟର କୁହୁଡି ଦୃଶ୍ୟମାନ ହୋଇଛି ।
ଅନ୍ୟପଟେ ସାଧାରଣତଃ ଉତ୍ତର ଭାରତରେ ପଶ୍ଚିମା ଝଡର ପ୍ରଭାବ ନାହିଁ । ଏହି ଦିଗରୁ ଉତ୍ତର ପବନ ବହିବା ଯୋଗୁ ପାଇଁ ଶୀତ ହୋଇଥାଏ । ହେଲେ ରାଜ୍ୟରେ ଚଳିଚ ଥର ପଶ୍ଚିମା ଝଡର ପ୍ରଭାବ ସେତେଟା ନାହିଁ। ଏହାକୁ ନେଇ ହିମାଳୟ ପାଦଦେଶରେ ତୁଷାରପାତ ବି କମ ରହୁଛି । ଯେଉଁଥିପାଇଁ ରାଜ୍ୟରେ ଶୀତର ପ୍ରଭାବ ନାହିଁ ।
ଅର୍ଥାତ ଜାନୁଆରୀରେ ବି ଶୀତ ଅନୁଭବ ହେଉନାହିଁ । କିନ୍ତୁ ବର୍ତ୍ତମାନ ଉତ୍ତର ପବନ ସକ୍ରିୟ ହୋଇଛି । ଏହାକୁ ନେଇ ରାତିର ତାପମାତ୍ରା କମିବା ଆଉ ଶୀତ ବଢିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପୂର୍ବ ବର୍ଷ ଆପେକ୍ଷ ଶୀତ ର ଅନୁଭବ କମ ରହିଥିବା ବେଳେ ଏଥରର ଶୀତ ଲହରୀରେ କୋରାପୁଟ ଓ କନ୍ଧମାଳ ରେ ବେଶୀ ଶୀତ ଅନୁଭବ ହେବ ବୋଲି କହିଛି ପାଣିପାଗ ବିଭାଗ ।