୫ରୁ ଥରିବ ଓଡିଶା !
ନଭେମ୍ବର ୫ରୁ ରାଜ୍ୟରେ ଶୀତ ବଢିପାରେ। ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ ପାରଦ ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ। ସେହିପରୁ ୭ ତାରିଖରୁ ପାରଦ ଆହୁରି ତଳକୁ ଖସିବ ବୋଲି ସୂଚନା ରହିଛି। ପାରଦ ଏପରି ଭାବେ କମି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ସେପଟେ ନଭେମ୍ବର ୮ କିମ୍ବା ୯ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ହେଲେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୁଏ। ହେଲେ ବର୍ତ୍ତମାନ ବାତ୍ୟା କଥା କହିବା ମୁସ୍କିଲ। ଏହା କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ୫ ତାରିଖ ସୁଦ୍ଧା ଉତ୍ତର ସୁମାତ୍ରା ନିକଟରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ବିଷୁବ ରେଖାର ଅତି ନିକଟତର ଥିବାରୁ ଏହା ଘନୀଭୂତ ହେବାରେ ବିଳମ୍ବ ହେଇପାରେ।
୯ରୁ ୧୨ ବେଳକୁ ଉର୍ଦ୍ଧ୍ବଗାମୀ ବାୟୁ ବେସି ଅନୁକୂଳ ନଥିବ। ତେଣୁ ଵିଶେଷ ବାତ୍ୟାର ସମ୍ଭାବନା ନାହିଁ। ଯଦି ବାତ୍ୟା ହୁଏ ତାହା ରିକର୍ଭ କରିବ। ହେଲେ ଏବେଠୁ ଅଧିକ କହିବା ମୁସ୍କିଲ। ବର୍ତ୍ତମାନ ଯାହା ଆକଳନ କରାଯାଉଛି ପବନ ଅପେକ୍ଷା ବର୍ଷା ଅଧିକ ହେବ।ଘୁର୍ଣ୍ଣିବଳୟ ଯଦି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ତାହାଲେ ଉପକୂଳ ଦେଇ ଆସିବ। ଯଦି ବେଶୀ ଦକ୍ଷିଣ ପଶ୍ଚିମକୁ ଯିବ ନାହିଁ ତେବେ ରିକର୍ଭ କରି ବାଂଲାଦେଶ ଆଡେ ଯିବ ବୋଲି ସୁରେନ୍ଦ୍ର ପଶୁପାଳକ କହିଛନ୍ତି।