ଜାନକୀଙ୍କ ଇଚ୍ଛାକୁ ସମ୍ମାନ ଦେବେକି ନିରଞ୍ଜନ ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଗତକାଲି ପୃଥ୍ୱୀ ବଲ୍ଲଭ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, “ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି । ସ୍ଥାନୀୟ କଂଗ୍ରେସ କର୍ମୀ ମତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ।” ଏହାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖି କହିଥିଲେ “ପୃଥ୍ୱୀବଲ୍ଲଭଙ୍କର ଆଗ୍ରହ ନାହିଁ । ପୃଥ୍ୱୀବଲ୍ଲଭ ମୋତେ ବ୍ୟକ୍ତିଗତ ଭାବେ କହିଛନ୍ତି ଯେ, ତାଙ୍କର ଆଗ୍ରହ ନାହିଁ । ଯଦି ସେ ଚାହିଁବେ, ତା’ହେଲେ ବିଚାର କରାଯିବ ।”

ପିସିସି ସଭାପତି ନିରଞ୍ଜନ ମନ୍ତବ୍ୟ ପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଟୁଇ କରି କହିଛନ୍ତି, “ଜାନକୀ ବାବୁ ବଞ୍ଚିଥିଲା ବେଳେ ବେଗୁନିଆରୁ ପୁଅକୁ ଛିଡ଼ା କରିବାକୁ ମତେ କହିଥିଲେ । ମୁଁ ସେହି କଥା ନିରଞ୍ଜନ ବାବୁଙ୍କୁ ମନେ ପକାଇ ଦେଇଥିଲି । ପୃଥ୍ୱୀ ବଲ୍ଲଭ ପ୍ରାର୍ଥୀପତ୍ରକୁ ନେଇ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ଆସିବା ପରେ ବୋଲଗଡ଼ ରାଜନୀତି ସରଗରମ ହୋଇ ଉଠିଛି । ପୃଥ୍ୱୀ ବଲ୍ଲଭଙ୍କ ରାଜନୈତିକ ଭବିଷ୍ୟତ କେଉଁ ଦିଗକୁ ଗତି କରିବ ତାହା ଆଗାମୀ ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a comment