ପେପରଲେସ୍ ହେବ ବିଧାନସଭା, 20 ଦିନ ମଧ୍ୟରେ ଓ୍ୱାଇଫାଇ

ଓଡିଶା ଫାଷ୍ଟ( ବ୍ୟୁରୋ ) : ଆସନ୍ତା 20 ଦିନ ମଧ୍ୟରେ ଓଡିଶା ବିଧାନସଭାରେ ୱାଇ-ଫାଇ ସଂଯୋଗ ହେବ। ଏହାସହ ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍ରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍ କରିବାକୁ ବି ଯୋଜନା କରାଯାଇଥିବା ବାଚସ୍ପତି କହିଛନ୍ତି। ସେହିପରି 30 ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ର୍ନିମିତ ନୂତନ ହଲ୍ରେ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଲଗାଯିବ। ଏଥିପାଇଁ ଓଡ଼ିଶା ଷ୍ଟେଟ୍ ଓ୍ୱାଇଡ୍ ନେଟଓ୍ୱାର୍କର କର୍ମକର୍ତ୍ତାଙ୍କ ସହ ବାଚସ୍ପତିଙ୍କ ରିଭ୍ୟୁ ମିଟିଙ୍ଗରେ ଏହି ନିଷ୍ପତ୍ତି ହୋଇଛି।