ସ୍ୱାମୀ ଶବ ସତ୍କାର କଲେ ସ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାମୀ ଶବ ସତ୍କାର କଲେ ସ୍ତ୍ରୀ । ଏଭଳି ଏକ ଘଟଣା ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ତମାମୁରା ଗାଁରେ ଘଟିଯାଇଥିବା ସୂଚନା ମିଳିଛି । ପାର୍ବତୀଙ୍କ ସ୍ୱାମୀ ଚନ୍ଦ୍ରମଣୀ ଭୋଇଙ୍କ ଦେହାନ୍ତ ପରେ ଶବ ସତ୍କାର ପାଇଁ କୌଣସି ଗାଁ ଲୋକ ନଆସିବାରୁ ପାର୍ବତୀ ନିଜେ ସ୍ୱାମୀ ଚନ୍ଦ୍ରମଣୀଙ୍କୁ ମୁଖାଗ୍ନି ଦେଇଥିଲେ ।

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ତମାମୁରା ଗାଁର ଚନ୍ଦ୍ରମଣୀ ଭୋଇ ଦୁଇଦିନ ପୂର୍ବେ କେନାଲକୁ ଗାଧୋଇବାକୁ ଯାଇଥିଲେ । ତା’ ପରଠାରୁ ଚନ୍ଦ୍ରମଣୀଙ୍କର କୌଣସି ଖୋଜ ଖବର ମିଳିନଥିଲା । ଚନ୍ଦ୍ରମଣୀଙ୍କ ସ୍ତ୍ରୀ ପାର୍ବତୀ ସେ ସମୟରେ ନିଜ ବାପଘରକୁ ଯାଇଥିଲେ । ଚନ୍ଦ୍ରମଣୀଙ୍କ ନିଖୋଜ ହେବ ଦୁଇଦିନ ପରେ ଗତକାଲି ଚନ୍ଦ୍ରମଣୀଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରମଣୀଙ୍କ ମୃତଦେହ ଉଦ୍ଧାର କରିଥିଲା । ମାତ୍ର ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଥିବାରୁ କେହି ଚନ୍ଦ୍ରମଣୀଙ୍କ ଶବ ସତ୍କାର ପାଇଁ ଆସିନଥିଲେ । ଗାଁ ଲୋକଙ୍କୁ ଅନୁରୋଧ କରି ବିଫଳ ହେବା ପରେ କିଛି ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ପାର୍ବତୀ ସ୍ୱାମୀ ଚନ୍ଦ୍ରମଣୀଙ୍କୁ ମୁଖାଗ୍ନି ଦେଇ ଶବ ସତ୍କାର କରିଥିଲେ ।

Leave a comment