ନବୀନ କାହିଁକି ବିଜୟଙ୍କୁ ଶିକ୍ଷା ଦେବାକୁ ଚାହାନ୍ତି ? ? ? ( ପାର୍ଟ ୱାନ )

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ଜୋର ଧରିଲାଣି । ପ୍ରଚାରରେ “ସ୍ୱାଭିମାନ” ଓ “ବେଇମାନ” ଶବ୍ଦ ଅଧିକ ବ୍ୟବହୃତ ହେଉଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନିଜକୁ ସ୍ୱାଭିମାନର ପ୍ରତୀକ ବୋଲି ଅଭିହିତ କରୁଛନ୍ତି । ହେଲେ ଅପରପକ୍ଷରେ ବିଜେଡ଼ି ତାଙ୍କୁ ବେଇମାନ ର ଆଖ୍ୟା ଦେଇଛି । ୧୯୯୫ ରୁ ୨୦୦୨ପର୍ଯ୍ୟନ୍ତ ବିଜୟଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଯାଉଛି । ନିର୍ବାଚନ ବାହାନାରେ କେତେକ ମନଗଢା କାହାଣୀ ମଧ୍ୟ ଗଢି ଉଠିଛି । ତେଣୁ ବିଜୟଙ୍କୁ ବେଇମାନ ଚିତ୍ରଣର କାରଣ ସମ୍ପର୍କରେ ଓଡ଼ିଶା ଫାଷ୍ଟ ପକ୍ଷରୁ ଲଗାତାର ଆଲେଖ୍ୟ ପ୍ରସ୍ତୁତ କରାଯିବ ।

ସୂଚନା ଅନୁଯାୟୀ, ୧୯୯୦ ରୁ ୯୫ ମସିହାରେ ବିଜୁ ବାବୁ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ଏହି ସମୟରେ ୧୯୯୫ରେ ଦଳ ଦ୍ୱିତୀୟ ଥର ଜିତିବ ବୋଲି ସମସ୍ତଙ୍କ ଆଶା ଭରସା ଥିଲା । ୧୯୯୫ ପୂର୍ବରୁ ମଧ୍ୟ ଜନତା ମଇଦାନରେ ଜନତା ଦଳର ଏକ ଐତିହାସିକ ସଭା ଅନୁଷ୍ଠିତ ହୋଇଥିଲା । ହେଲେ ୯୫ରେ ସମସ୍ତଙ୍କୁ ଚକିତ କରି ସେତେବେଳର ଜନତା ଦଳ ନିର୍ବାଚନ ହାରି ଯାଇଥିଲା । ଏହି ହରିବା ପଛର ମୁଖ୍ୟ କାରଣ ଥିଲେ ବିଜୟ ମହାପାତ୍ର । କାରଣ ବିଜୟ ମହାପାତ୍ର ସେ ସମୟରେ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସହ ଭିତରୀ ବୁଝାମଣା କରିଥିଲେ । କୌଣସି ମତେ ସେତେବେଳର ଜନତା ଦଳର ଆସନ କମିଲେ ନିଜ ସପକ୍ଷବାଦୀ ଲୋକଙ୍କ ସମର୍ଥନରେ ଉପମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ।

ବିଜୁ ବାବୁଙ୍କ ସେ ସମୟରେ ସ୍ୱାସ୍ଥ୍ୟ ଭଲ ନଥିବାରୁ ବିଜୟ ନିଜେ ଉପମୁଖ୍ୟମନ୍ତ୍ରୀ ରହି ବିଜୁବାବୁଙ୍କ ପରେ କୌଣସି ମତେ ଜନତା ଦଳକୁ ହାଇଯାକ କରି ନିଜେ ନେତୃତ୍ୱ ନେବାକୁ ଚାହୁଁଥିଲେ । ବିଜୟଙ୍କ ଏହି କଥା ବିଜୁବାବୁ ନିଜ ଶେଷ ସମୟରେ ବୁଝିପାରିଥିଲେ । ଏମିତିକି ଏସବୁ ବିଷୟରେ ସେତେବେଳର ଅନେକ ଯୁବନେତାଙ୍କୁ ଡାକି ମଧ୍ୟ ବିଜୁବାବୁ କହିଥିଲେ । ସେହି ଯୁବନେତା ମାନେ ଏବେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି ।

ଆଉ ଏକ କଥାହେଲା ଯେ ବିଜୟ ମହାପାତ୍ର ନବୀନ ରାଜନୀତିକୁ ଆସନ୍ତୁ ବୋଲି ଚାହୁଁନଥିଲେ । ନବୀନଙ୍କୁ ରାଜନୀତି କୁ ଆଣିବା ପଛରେ ୪ ରୁ ୫ଜଣ ନେତାଙ୍କ ହାତ ଥିଲା । ସେମାନେ ହେଲେ ରାମକୃଷ୍ଣ ପଟ୍ଟନାୟକ, ପ୍ରଭାତ ସାମନ୍ତରାୟ, ଦିଲ୍ଲୀପ ରାୟ, ଶ୍ରୀକାନ୍ତ ଜେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏମିତିକି ରାମକୃଷ୍ଣ ପଟ୍ଟନାୟକ ହିଁ ଦିଲ୍ଲୀପ ଏବଂ ଶ୍ରୀକାନ୍ତଙ୍କୁ ବହୁବାର ଅନୁରୋଧ କରି ବିଜୁବାବୁଙ୍କ ବଡ କିମ୍ବା ସନପୁଅକୁ ରାଜନୀତିକୁ ଆଣିବାକୁ କହିଥିଲେ । ଯାହାଫଳରେ ୯୭ ମସିହାରେ ନବୀନ ଆସି ଜନତା ଦଳ ଟିକେଟରୁ ଲଢ଼ିଥିଲେ ।

ସେ ସମୟର ଖବରକାଗଜକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଜନତା ଦଳ ଟିକେଟରେ ଯେତେବେଳେ ନବୀନ ବାବୁ ପ୍ରଥମେ ନିର୍ବାଚନ ଲଢ଼ିଥିଲେ ସେ ସମୟରେ ପ୍ରଚାରରେ ବିଜୟ ମହାପାତ୍ର ଯାଇନଥିଲେ । ସେ ସମୟରେ ପ୍ରଭାତ ସାମନ୍ତରାୟ , ଶ୍ରୀକାନ୍ତ ଜେନା, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ ପ୍ରମୁଖ ପ୍ରଚାର ଦାୟିତ୍ୱ ନେଇଥିଲେ । ବିଜୁବାବୁ ଜନତାଦଳରୁ ଥିବାରୁ ଆଜନ୍ମ ବିଜେପି ବିରୋଧୀ ଥିଲେ । ବିଜେପିକୁ ସାମ୍ପ୍ରଦାୟିକ ଦଳ ଭାବେ ଅଭିହିତ କରି ବାବରୀ ମସଜିଦ ଘଟଣାରେ ସମାଲୋଚନା କରିଥିଲେ । ତେଣୁକରି ବିଜେପି ସହିତ କେବେବି ସେ ମେଣ୍ଟ ଚାହୁଁନଥିଲେ । ତେଣୁ ବିଜୁବାବୁଙ୍କ ଆଦର୍ଶରେ ଗଢା ହୋଇଥିବା ବିଜେଡି ପ୍ରଥମରୁ ହିଁ ରାଜନୈତିକ ବିଭାରରେ ସାଲିଶ କରିଥିଲା । ଯାହା ବିଜୁ ଆଦର୍ଶ ବିରୋଧୀ ଥିଲା । କୌଣସି ମତେ ବିଜେପି ସହ ରହି ନବୀନ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳରେ ରହିବେ ଏବଂ ରାଜ୍ୟରେ ଶାସନ ବିଜୟ ମହାପାତ୍ରଙ୍କୁ ମିଳିବ ବୋଲି ବିଜୟ ନିଜେ ଭାବି ନେଇଥିଲେ । ହେଲେ କେତୋଟି ଘଟଣା ନବୀନଙ୍କୁ ଅତି ଚାଲାକ କରାଇଦେଇଥିଲା । ସେହି ଘଟଣା ହେଉଛି ୨୦୦୦ମସିହା ପୂର୍ବରୁ ରାଜ୍ୟରେ ହୋଇଥିବା ରାଜ୍ୟସଭା ନିର୍ବାଚନ । ଜାନକୀ ବାବୁ ମନ୍ମଥନାଥ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପକ୍ଷରୁ ସେ ସମୟରେ ପ୍ରାର୍ଥୀ ହୋଇଥିଲେ ନବୀନଙ୍କ ବାଲ୍ୟ ବନ୍ଧୁ ଅନଙ୍ଗ ଉଦୟ ସିଙ୍ଗଦେଓ । ମାତ୍ର ଜାନକୀ ଏବଂ ବିଜୟଙ୍କ ମିଳିତ ପ୍ରୟାସରେ ହିଁ ଅନାଙ୍ଗବହୁ କମ ବ୍ୟବଧାନରେ ରାଜ୍ୟସଭା ଭୋଟ ହାରିଯାଇଥିଲେ ।ଯାହା ନବୀନଙ୍କୁ ସେ ସମୟରେ ଅଧିକ ବ୍ୟଥିତ କରିଥିଲା । କ୍ରମଶଃ..

Leave a comment