କାହିଁକି କରାଯାଇଥାଏ କଳସ ପୂଜା ?
କୌଣସି କାର୍ଯ୍ୟକୁ ସଫଳ କରିବା ପାଇଁ, କଳସ ବସାଇବାକୁ ଆମ ଭାରତୀୟ ସଂସ୍କୃତିରେ ଶୁଭ ବୋଲି ବିବେଚନା କରାଯାଇଥାଏ। ପ୍ରତିଦିନ ଦୁଆରବନ୍ଧ ହେଉ ବା ମନ୍ଦିରରେ, ପ୍ରତି ମାଙ୍ଗଳିକ କାର୍ଯ୍ୟରେ କଳସ ବସାଇ ପୂଜା କରାଯାଇଥାଏ। ଯେକୌଣସି ଧାତୁ ବା ମାଟି ପାତ୍ରରେ କଳସ ବସାଯଇଥାଏ।
କିନ୍ତୁ କଳସ ଉପରେ ପଇଡ ରଖିବା ଜରୁରୀ। କଳସ ଉପରେ ପଇଡକୁ ଲାଲ ରଙ୍ଗର କପଡାରେ ଗୁଡାଇ ରଖି ପୂଜା କରାଯାଇଥାଏ। କଳସରେ ପଇଡ ରଖି ପୂଜା କଲେ ଏହା ବ୍ୟକ୍ତି ପାଇଁ ହିତକର ହୋଇଥାଏ। ବ୍ୟକ୍ତିକୁ ଧନବାନ ଓ ଯଶସ୍ଵୀ କରିଥାଏ କଳସ। ସେଥି ପାଇଁ କଳସ ସ୍ଥାପନା ନିୟମ ଅନୁସାରେ କରିବା ଉଚିତ। କଳସରେ ଆମ୍ବ ପତ୍ର, ନାସିଲଗା ପଇଡ, ସାଲୁକନା ଇତ୍ୟାଦି ନିୟମାନୁଯାୟୀ ରଖିବା ଉଚିତ।
ଶାସ୍ତ୍ରରେ କଳସ ଉପରେ ପଇଡ ରଖିବା କଥା ଉଲ୍ଲଖ ରହିଛି। କଳସ ଉପରେ କିପରି ପଇଡ ରଖିବା ତା’ ପ୍ରତି ଧ୍ୟାନ ଦେବା ଜରୁରୀ। ପଇଡକୁ ଏପରି ଶୁଆଇ ରଖିବେ ଯେପରି ପଇଡର ମୁହଁ ତଳ ଆଡକୁ ନରହି ଉପର ଆଡକୁ ରହୁଥିବ। ପଇଡର ମୁହଁ ଯଦି ତଳ ଆଡକୁ ରହେ ତେବେ ଶତୃବୃଦ୍ଧି ପାଇବା ସମ୍ଭାବନା ଅଧିକ ରହିଥାଏ। ପଇଡକୁ ସଂପୂର୍ଣ୍ଣ ଠିଆ କରି ବସାଇଲେ ପରିବାଏ ସଦସ୍ୟ ରୋଗରେ ପଡିଥାନ୍ତି । ପୂର୍ବ ଦିଗ କରି ପଇଡର ମୁହଁ ରହିଲେ ଆର୍ଥିକ ସମସ୍ୟା ଦେଖାଦେଇଥାଏ।
ଶାସ୍ତ୍ର ଅନୁସାରେ କଳସ ସ୍ଥାପନ ନିଷ୍ଠାର ସହ କରିବା ଉଚିତ। ଏପରି କରିବା ଦ୍ଵାରା ସମସ୍ତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବା ସହ ଫଳପ୍ରଦ ହୋଇଥାଏ। କଳସ ମାତା ଲକ୍ଷ୍ମୀଙ୍କ ସ୍ୱରୂପ। କଳସ ଉପରେ ରଖାଯାଇଥିବା ପଇଡର ମୁହଁ ସମ୍ମୁଖରେ ରହିଲେ, ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।