କାହିଁକି କୁହାଯାଏ ଶନିଦେବଙ୍କ ନଜର ଅଶୁଭ ବୋଲି ?
ସାଧାରଣରେ ଧାରଣା ରହିଛି ଯେ ଶନି ଦେବଙ୍କର ଅଶୁଭ ଦୃଷ୍ଟି ଯେକୌଣସି ବ୍ୟକ୍ତିଙ୍କ ଉପରେ ପଡିଥାଏ; ସେହି ବ୍ୟକ୍ତିଙ୍କର ସମସ୍ତ କାମରେ ବିଘ୍ନ ଘଟିଥାଏ। ତେବେ ଜାଣନ୍ତୁ ଶନି ଦେବଙ୍କ ନଜର କାହିଁକି ଅଶୁଭ ହୋଇଥାଏ।
ପୌରାଣିକ କଥା ଅନୁଯାୟୀ, ଶନିଙ୍କର ବିବାହ ଏଭଳି ଏକ କନ୍ୟାଙ୍କ ସହ ହୋଇଥିଲା, ଯିଏ ସ୍ୱଭାବରେ ଖୁବ ଉଗ୍ର ଥିଲେ। ଥରେ ଶନି ଦେବଙ୍କ ପତ୍ନୀ ପୁତ୍ରର ଲାଳସାରେ ତାଙ୍କ ପାଖରେ ପହଞ୍ଚିଥିଲେ; କିନ୍ତୁ ଭଗବାନ ଶନି ଭକ୍ତିରେ ଏତେ ମାତ୍ରାରେ ଲୀନ ଥିଲେ ଯେ ତାଙ୍କୁ ଏହି ବିଷୟରେ ଜଣା ହିଁ ପଡିନଥିଲା! ଏପରି ହେବ ଦ୍ୱାରା ମର୍ମାହତ ହୋଇ ପତ୍ନୀ ନିଜେ ଶନି ଦେବଙ୍କୁ ଅଭିଶାପ ଦେଇ କହିଥିଲେ ଯାହା ଉପରେ ଆପଣଙ୍କ ଦୃଷ୍ଟି ପଡିବ ସେହି ବ୍ୟକ୍ତିଙ୍କର ସବୁ କିଛି ନଷ୍ଟ ହୋଇଯିବ ! କାରଣ ପତ୍ନୀ ଥାଇ ମଧ୍ୟ୍ୟ ଶନି ଦେବ କେବେ ବି ନିଜ ପତ୍ନୀକୁ ଭଲପାଇବା ଦୃଷ୍ଟିରେ ଦେଖିନଥିଲେ। ଏହି କାରଣରୁ ଶନି ଦେବଙ୍କ ଦୃଷ୍ଟିକୁ ଅଶୁଭ ବୋଲି କୁହାଯାଏ।
ଶାସ୍ତ୍ର ଅନୁଯାୟୀ କେବେ ମଧ୍ୟ ଶନି ଦେବଙ୍କ ଆଖିରେ ଆଖି ମିଶାଇ ଦର୍ଶନ କରିବା ଅନୁଚିତ। ସର୍ବଦା ଲୋକମାନଙ୍କ ନଜର ଶନି ଦେବଙ୍କ ପାଦ ଉପରେ ରହିବା ଉଚିତ।
ଜାଣନ୍ତୁ ଶନିଙ୍କ ଅଶୁଭ ନଜର ସମ୍ପର୍କରେ :
-ଶନିଙ୍କ ଅଶୁଭ ଛାଇର ପ୍ରଥମ ସଂକେତ ଟଙ୍କାର କ୍ଷତି ହେବ !
-ସମ୍ଭବ ହୋଇପାରୁଥିବା କାର୍ଯ୍ୟରେ ବିଘ୍ନ ଘଟିବା !
-ଚିକିତ୍ସାରେ ଅଧିକ ଟଙ୍କା ଖର୍ଚ୍ଚ ହେବ !
-ଗୃହପାଳିତ ଜୀବ-ଜନ୍ତୁ ମୃତ୍ୟୁ ହେବ !
-ବାରମ୍ବାର କୌଣସି ବିବାଦରେ ପଡିବା ବା କୋର୍ଟର ଦ୍ୱାରସ୍ଥ ହେବା ଇତ୍ୟାଦି!