କାହିଁକି ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ ଗଙ୍ଗା ଜଳ, କାର୍ତ୍ତିକ ମାସରେ ଗଙ୍ଗା ଜଳର ମହତ୍ୱ
କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ତେଣୁ ଏହି ମାସରେ ଭଗବାନ୍ ବିଷ୍ଣୁ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ । ତେଣୁ ଏହି ପବିତ୍ର ମାସରେ ଗଙ୍ଗା ସ୍ନାନ ର ଖୁବ୍ ମହତ୍ତ୍ଵ ରହିଛି । କିନ୍ତୁ ଗଙ୍ଗା ସ୍ନାନ ତ ସମସ୍ତ ସଠାନରେ ମିଳିବା ସମ୍ଭବ ନୁହେଁ । ଏହାଛଡା ଆମ ହିନ୍ଦୁ ଧର୍ମରେ ଗଙ୍ଗା ନଦୀ କୁ ଖୁବ୍ ପବିତ୍ର ନଦୀ ଭାବରେ ଗ୍ରହଣ କରାଯାଇ ଥାଏ ।
ଯେ କୌଣସି ପୂଜା ପାଠ ରେ ଗଙ୍ଗା ସ୍ନାନ ଓ ଗଙ୍ଗା ଜଳକୁ ଖୁବ୍ ଗୁରୁତ୍ଵ ଦିଆଯାଇଥାଏ । ତେଣୁ ସମସ୍ତ ହିନ୍ଦୁ ଘରେ ଗଙ୍ଗା ଜଳ ରହିଥାଏ । ଯାହାକି ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।
-ଘରେ ଗଙ୍ଗା ଜଳ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଓ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ । କାର୍ତ୍ତିକ ମାସରେ ଗଙ୍ଗା ସ୍ନାନ ଜୀବନ ରେ ସୁଖ ସମୃଦ୍ଧି ଆଣିଥାଏ ।
-ଗଙ୍ଗାଜଳ କୁ ସର୍ବଦା ସଫା ସୁତୁରା ଜାଗାରେ ରଖିବା ଉଚିତ୍ । ଗଙ୍ଗା ଜଳ ସବୁବେଳେ ପୂଜା ଘରେ ରହିବା ଆବଶ୍ୟକ । ଏହାଛଡା କାର୍ତ୍ତିକ ମାସ ରେ ଗଙ୍ଗା ଜଳର ପ୍ରୟୋଗ କରିବା ଦ୍ୱାରା ଜୀବନ ରୁ ପାପ ହ୍ରାସ ହୋଇଥାଏ ।
-ଗଙ୍ଗାଜଳ ଖୁବ୍ ସୁଧ ହୋଇଥିବା ସହ ପବିତ୍ର ମଧ୍ୟ ହୋଇଥାଏ । ତେଣୁ ଏହାକୁ କୌଣସି ସୁଧ ପାତ୍ର ଯେପରି ଚାନ୍ଦି କିମ୍ବା ତମ୍ବା ପାତ୍ରରେ ରଖିବା ଉଚିତ୍ । ଏହାଦ୍ବାରା ଦେବ ଆଶୀର୍ବାଦ ମିଳିଥାଏ । ଯଦି ଆମେ ପ୍ଲାଷ୍ଟିକ ପତ୍ରରେ ରଖିବା ତେବେ ଏହା ପାପ ସଦୃଶ।
-ଗଙ୍ଗା ଜଳକୁ ଯେତେବେଳେ ବି ପ୍ରୟୋଗ କରିବେ ହାତ ଧୋଇ କରିବା ଆବଶ୍ୟକ । ତା ସହିତ ଗଙ୍ଗା ମାତାଙ୍କୁ ଧ୍ୟାନ କରିବା ଉଚିତ୍ ଯାହାଦ୍ଵାରା ଭାଗ୍ୟ ଉଦୟ ହୋଇଥାଏ ।
-କାର୍ତ୍ତିକ ମାସ ସାରା ସକାଳୁ ଗାଧୋଇ ସାରି ସାରା ଘରେ ଗଙ୍ଗା ଜଳ ଚିଞ୍ଚିବା ଉଚିତ୍ । ଯେଉଁ କାରଣରୁ ଘରର ବାତାବରଣ ରେ ସୁଧତ୍ତା ଆସିଥାଏ ଓ ଦେବତାଙ୍କ ଆଶୀର୍ବାଦ ମିଳିଥାଏ ।