ଅତ୍ୟଧିକ କ୍ରୋଧ ଆସିଲେ କାହିଁକି ଶରୀର କମ୍ପନ ହୋଇଉଠେ ?
ଆଜିର ଲାଇଫ ଷ୍ଟାଇଲ ପରିବର୍ତ୍ତନ ହେବା ଦ୍ଵାରା ଯୁବକ ମାନଙ୍କ ଶରୀରରେ ବିଭିନ୍ନ ରୋଗ ଘର କରି ଯାଉଛି । ଏଙ୍ଗଜାଇଟି, ଡିପ୍ରେସନ୍, ହାଇପର ଟେନ୍ସନ୍ , ମଧୁମେହ , ଓବେଶିଟି ଭଳି ରୋଗ ଆମ ଜୀବନ ଚର୍ଯ୍ୟା ରେ ଯୋଡ଼ି ହୋଇଛି । ଏହାଦ୍ବାରା ଲୋକେ ମାନସିକ ସମସ୍ୟା ସହିତ ସଂଘର୍ଷ କରି ଥାଆନ୍ତି ।କ୍ରୋଧ ଆସିବା ଗୋଟିଏ ନେଚୁରାଲ୍ ପ୍ରକ୍ରିୟା ।
କିଛି ଲୋକ ଏତେ ଅଧିକ ଅଗ୍ରେଶିଭ ହୋଇ ଯାଆନ୍ତି ଯେ ସେମାନେ କ୍ରୋଧରେ ତାଙ୍କ ଶରୀର ଥରିବାକୁ ଲାଗି ଥାଏ । କେବେ ଆପଣ ଭାବି ଛନ୍ତି କି କ୍ରୋଧ ସହିତ କମ୍ପନ ର କଣ ସମ୍ପର୍କ ରହିଛି ।ଆସନ୍ତୁ ଆଜି ଜାଣିବା କ୍ରୋଧ ର କମ୍ପନ ସହିତ କଣ ସମ୍ପର୍କ ରହିଛି -:
କାହିଁକି ଶରୀରରେ କମ୍ପନ ସୃଷ୍ଟି ହୋଇଥାଏ :ମଣିଷ ଅତ୍ୟଧିକ କ୍ରୋଧ କରିବା ଦ୍ୱାରା ଶରୀର ରେ କମ୍ପନ ସୃଷ୍ଟି ହୋଇଥାଏ, କିନ୍ତୁ ଏହା କାହିଁକି ହୋଇଥାଏ ? ବିଶେଷ ଭାବରେ ଏହା ପଛରେ ଇମୋସନ୍ ଓ ଡାକ୍ତରୀ କାରଣ ରହିଛି ।- ଡାକ୍ତର ଙ୍କ କହିବା ଅନୁସାରେ ଯେଉଁ ଲୋକମାନେ ଅଧିକ ଇମୋଷନାଲ୍ ସ୍ୱଭାବର ହୋଇ ଥାଆନ୍ତି, ଅଧିକ ଚିନ୍ତା କରି ଥାଆନ୍ତି, ଛୋଟ ଛୋଟ କଥାକୁ ନିଜ ମନରେ ଅଧିକ ଭାବନ୍ତି , ଏପରି ଲୋକଙ୍କ ମସ୍ତିଷ୍କ ରେ ଷ୍ଟ୍ରେସ ହର୍ମୋନ ର ନିର୍ମାଣ ନର୍ମାଲ ଠାରୁ ଅଧିକ ହୋଇଥାଏ । ଏହି ହର୍ମୋନ ରକ୍ତଚାପ କୁ ବଢାଇ ଥାଏ ।
ହର୍ମୋନ ଅଧିକ ହେବା ଦ୍ଵାରା ମସ୍ତିଷ୍କ ଓ ଶରୀର ର ସନ୍ତୁଳନ ବିଗିଡି ବାକୁ ଲାଗିଥାଏ । ଏହି କାରଣରୁ କମ୍ପନ ସୃଷ୍ଟି ହୋଇଥାଏ ।
ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନଙ୍କୁ ଅଧିକ କ୍ରୋଧ ଆସିଥାଏ :-ଅନେକ ଗବେଷଣା ରୁ ଜଣା ପଡ଼ିଛି ଯେ ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କୁ ଅଧିକ କ୍ରୋଧ ଆସିଥାଏ । କ୍ରୋଧ ଆସିବା ଦ୍ବାରା ଶରୀର ରେ ଏଡ୍ରଲିନ ନାମକ ବିଷାକ୍ତ ଟକ୍ସିନ ଶରୀରରୁ ବାହାରି ସମ୍ପୂର୍ଣ୍ଣ ଶରୀର ରେ ବ୍ୟାପି ଯାଇଥାଏ । ଏହା ଅନେକ ରୋଗର କାରଣ ହୋଇଥାଏ ।
ଯେଉଁ ବ୍ୟକ୍ତି ମାନେ ନିଜର କ୍ରୋଧ ଓ ଇମୋଷନ କୁ ଚାପି ରଖି ଥାଆନ୍ତି ସେମାନେ ମଧ୍ୟ ରୋଗ ରେ ଆକ୍ରାନ୍ତ ହୋଇ ଥାଆନ୍ତି । କିନ୍ତୁ ପୁରାପୁରି ଭାବରେ ଦେଖିବାକୁ ଗଲେ କ୍ରୋଧ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭୟଙ୍କର ।
କଣ ରହିଛି ଏହା ପଛରେ ଘରୋଇ ଉପାୟ :-ସେଥିପାଇଁ ନିୟମିତ ଯୋଗ କରିବା ଉଚିତ୍ । ଯୋଗରେ ଆଲୁଲମ୍ ବିଲୋମ୍, ପ୍ରାଣାୟମ , କପାଳ ଭାତୀ , ବିଶେଷ ଭାବରେ ସାମିଲ ରହିଛି । ଏହାଦ୍ବାରା ଷ୍ଟ୍ରେଷ ହର୍ମନ୍ ନିୟନ୍ତ୍ରିତ ରହିଥାଏ । ଯୋଗ କରିବା ଦ୍ୱାରା ବ୍ରେନ୍ ରେ ଅକ୍ସିଯେନ ସ୍ତର ବୃଦ୍ଧି ହୋଇଥାଏ । ଷ୍ଟ୍ରେସ୍ ହର୍ମନ କମ ନିର୍ଗତ ହୋଇଥାଏ । ବିଶେଷଜ୍ଞ ଙ୍କ ମତରେ ଯଦି ଅଧିକ କ୍ରୋଧ ଆସିଥାଏ ତେବେ ଦୀର୍ଘ ନିଶ୍ଵାସ ନେବା ଜରୁରୀ ।