ଟ୍ବିଟ୍ କରି କାହିଁକି ଡିଲିଟ କଲେ ମନମୋହନ ସାମଲ ?

0

ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ । ବିଜେପି ରାଜ୍ୟ ସଭାପତିଙ୍କ ୟୁ-ଟର୍ଣ୍ଣ । ଆଜି ସକାଳେ କରିଥିବା ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ । ସୋସିଆଲ୍ ମିଡିଆ X ପ୍ଲାଟଫର୍ମରୁ ଟ୍ବିଟ୍ ଡିଲିଟ୍ କରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଟ୍ବିଟ୍ କରିଥିଲେ ମନମୋହନ । ଲେଖିଥିଲେ ଓଡ଼ିଶାରେ କୋଟି କୋଟି ଜନତାଙ୍କ ଆଶୀର୍ବାଗ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ସରକାର ମଧ୍ୟ କରିବ ।

ଏଥର ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ପ୍ରତ୍ୟେକ ଓଡିଆ ଦାୟିତ୍ବ ନେଇ ଏହି ନିର୍ବାଚନ ଲଢ଼ିବେ ଓ ସରକାର ଗଠନ କରିବେ ବୋଲି ସୋସିଆଲ୍ ମିଡିଆ X ପ୍ଲାଟଫର୍ମରେ ଲେଖିଥିଲେ ମନମୋହନ । ତେବେ କିଛି ଘଣ୍ଟା ପରେ ଟ୍ବିଟକୁ ଡିଲିଟ୍ କରିଛନ୍ତି । ପ୍ରଶ୍ନ ଉଠୁଛି କାହିଁକି ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ ?

Leave a comment