ବିବାହିତା ମହିଳାଙ୍କ ତୁଳନାରେ କାହିଁକି ଅବିବାହିତା ମହିଳାମାନେ ରହିଥାନ୍ତି ଅଧିକା ଖୁସିରେ
ସାଧାରଣ ଭାବରେ ଦେଖିବାକୁ ଗଲେ ବିବାହ ଗୋଟିଏ ସାମାଜିକ ବନ୍ଧନ ଅଟେ l ଯାହା ୨ଟି ଅଜଣା ବ୍ୟକ୍ତିଙ୍କୁ ଯୋଡିବା ସହିତ ୨ଟି ଅଜଣା ପରିବାର କୁ ମଧ୍ୟ ଗୋଟିଏ ବନ୍ଧନ ଓ ସମ୍ମାନ ରେ ବାନ୍ଧିଥାଏ l ଯେତେବେଳେ ଗୋଟିଏ ଝିଅ ୨୩-୨୪ ବର୍ଷର ହୋଯାଇଥାଏ ଘର ଲୋକଙ୍କର ଚିନ୍ତା ବଢି ଯାଇଥାଏ l ଏହି ସମୟରେ ଘରେ ଓ ବାହାରେ ଝିଅ ମାନଙ୍କୁ ଅନେକ କଥା ଶୁଣିବାକୁ ପଡିଥାଏ l କିନ୍ତୁ ଏହା ଝିଅଟିର ମନ ଉପରେ କି ପ୍ରଭାବ ପକାଇଥାଏ ତାହା ଏହି ମହିଳା ମାନେ ଜାଣି ନଥାଆନ୍ତି l ସେମାନେ ନିଜେ ଯେଭଳି ଜୀବନ ସହିତ କଂପରମାଇଜ କରି ଗୋଟିଏ ପରିବାରରେ ରହିଛନ୍ତି ସେହି ଇଛା ନିଜ ଝିଅ ସହିତ ପଡୋଶୀ ଙ୍କ ଝିଅ ମାନଙ୍କ ଠାରୁ ମଧ୍ୟ ଆଶା କରି ଥାଆନ୍ତି l
ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଅବିବାହିତା ମହିଳା ମାନେ ବିବାହିତା ମହିଳା ମାନଙ୍କ ତୁଳନାରେ ଅଧିକ ଖୁସିରେ ରହି ଥାଆନ୍ତି l ଆମେରିକାର ଟାଇମ ୟୁଜ ସର୍ଭେ ଦ୍ୱାରା ବିବାହିତା, ଅବିବାହିତା, ଛାଡପତ୍ର ନେଇଥିବା, ଓ ବିଧବା ମହିଳା ମାନଙ୍କୁ ଗୋଟିଏ ଅଧ୍ୟୟନ ହୋଇଥିଲା l ଯେଉଁଥିରେ ଦେଖିବାକୁ ଅବିବାହିତ ମହିଳା ବିବାହିତ ମହିଳା ମାନଙ୍କ ତୁଳନାରେ କମ ଦୁଖୀ ରହୁଛନ୍ତି l
– ଲଣ୍ଡନ ସ୍କୁଲ ଅ ଇକନୋମିକ୍ସ ର ପ୍ରଫେସର ଙ୍କ ମତ ଅନୁସାରେ ବିବାହ ପରେ ସବୁଠୁ ଅଧିକ ଆରାମ ଓ ସୁଖସୁବିଧା ପୁରୁଷ ମାନେ ପାଇ ଥାଆନ୍ତି l ଯେବେକି ମହିଳା ମାନେ ବିବାହ ପୂର୍ବରୁ ଅଧିକ ଖୁସି ଥାଆନ୍ତି l
– ଗବେଷକ ଙ୍କ ମତରେ ବିବାହ କରିବା ପରେ ପୁରୁଷ ମାନେ ଶାନ୍ତ ହୋଇ ଯାଇ ଥାଆନ୍ତି, ଅଧିକ ରୋଜଗାର ପାଇଁ ମୋଟିଭେଟ ହୋଇ ଥାଆନ୍ତି l କେବଳ ଏତିକି ନୁହେଁ ବିବାହ ପରେ ପୁରୁଷ ମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହି ଥାଆନ୍ତି ଓ ଯାହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ l
ବିବାହ ପରେ ମହିଳା ମାନଙ୍କ ଉପରେ କି ପ୍ରଭାବ ପଡିଥାଏ ?
– ଏହି ଗବେଷଣାରେ କୁହାଯାଇଥିଲା ଯେ ବିବାହ ପରେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଖୁବ ଅଧିକ ପ୍ରଭାବିତ ହୋଇଥାଏ l କାହିଁକି ନା ସେମାନେ ଛୁଆ, ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ଙ୍କ ପାଇଁ ନିଜକୁ ବ୍ୟସ୍ତ ରଖି ଦିଅନ୍ତି l ଘର କାମରେ ନିଜକୁ ଏଭଳି ବ୍ୟସ୍ତ ରଖି ଦିଅନ୍ତି ଯେ ନିଜର ଖୁସିକୁ ମଧ୍ୟ ଚାପି ଦେଇ ଥାଆନ୍ତି l ମାନସିକ ଭାବରେ ମଧ୍ୟ ଅଧିକ ଚାପ ରେ ରୁହନ୍ତି l ଯେଉଁଥିରୁ ଜଣା ପଡିଥିଲା ଅବିବାହିତା ମହିଳା ବିବାହିତା ମହିଳାଙ୍କ ତୁଳନାରେ ଅଧିକ ଖୁସି ରୁହନ୍ତି l
-ଏହି ଅଧ୍ୟୟନ ରୁ ଜଣା ପଡିଥିଲା ଯେ ସମୟ ବଦଳୁଛି ଓ ଏହାର ପ୍ରଭାବ ଲୋକ ମାନଙ୍କର ବିବାହ କୁ ନେଇ ନିଷ୍ପତି ଉପରେ ପଡୁଛି l ତେଣୁ ମହିଳା ମାନେ ମଧ୍ୟ ଚାହୁଁଛନ୍ତି ସ୍ୱତନ୍ତ୍ର ଭାବରେ ବଂଚିବା ପାଇଁ l ଘର କାମ ହେଉ କିମ୍ବା ଅନ୍ୟ କୌଣସି କାମ ଏକାକୀ ମହିଳା ମାନେ କରିବା ଉଚିତନୁହେଁ l